କେୱାଡିଆରେ ସି-ପ୍ଲେନ୍‌ ସେବାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୩୧/୧୦: ଗୁଜରାଟର କେୱାଡିଆରେ ସି-ପ୍ଲେନ୍‌ ସେବାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାସହ କେୱାଡିଆରେ ସି-ପ୍ଲେନ୍‌ରେ ବସିଛନ୍ତି ପ୍ରଧାନମନ୍ତ୍ରୀ।ଏଥିରେ ଏକାଥରକେ ୧୯ ଜଣ ଲୋକ ଯାତ୍ରା କରିପାରିବେ।ସି-ପ୍ଲେନ୍‌ରେ ୩୦ ମିନିଟରେ ଅହମଦାବାଦରୁ କେୱାଡିଆର ପହଂଚି ପାରିବେ ଲୋକ।