ଆସନ୍ତାକାଲିଠାରୁ କଲେଜ ଆସିବେ ସମସ୍ତ କର୍ମଚାରୀ

ଭୁବନେଶ୍ୱର, ୫/୭: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ସମସ୍ତ ସ୍ୱାସ୍ଥ୍ୟବସ୍ଥା କୁ ଦ୍ରୁଷ୍ଟିରେ ରଖି କଲେଜ ଓ ସ୍କୁଲ ବନ୍ଦ ରଖାଯାଇଥିଲା। ଏହାସହ କେହି କର୍ମଚାରୀ ମଧ୍ୟ ଆସୁନଥିଲେ। କିନ୍ତୁ ଆସନ୍ତାକାଲିଠୁ କାର୍ଯ୍ୟରେ ଯୋଗଦେବେ ଉଚ୍ଚ ବିଭାଗର ସମସ୍ତ କର୍ମଚାରୀ । ସମସ୍ତ ଟିଚିଙ୍ଗ ଓ ନନ୍-ଟିଚିଙ୍ଗ ଷ୍ଟାଫ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ କଲେଜ ଓ ୟୁନିଭରସିଟିକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି।