କରୋନା ସ୍ଥିତି ସମୀକ୍ଷା ପାଇଁ ଓଡିଶାରେ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର, ୫/୭:ରାଜ୍ୟରେ ସବୁବେଳେ ୩ ହଜାର ଉପରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତେଣୁ ରାଜ୍ୟରେ କୋଭିଡ ନିୟନ୍ତ୍ରଣ ପାଇଁ ଓଡ଼ିଶା ଆସିିିଛି କେନ୍ଦ୍ରୀୟ ଟିମ୍‌। ଏହି ଟିମ୍ କରୋନା ସ୍ଥିତି ସମୀକ୍ଷା କରିବ। କରୋନା ସ୍ଥିତି ନେଇ ଜନ ସ୍ବାସ୍ଥ୍ୟ ନିର୍ଦେଶକଙ୍କ ସହ ଆଲୋଚନା କରିବ ଟିମ୍ । ୨ଜଣିଆ ଟିମ୍ ଆସନ୍ତାକାଲି ଅଧିକ ସଂକ୍ରମିତ ଜିଲ୍ଲା ଗସ୍ତ କରିବେ ।  କେନ୍ଦ୍ରୀୟ ଟିମ୍‌ ପାଖରେ ସାମଗ୍ରିକ ରିପୋର୍ଟ ରଖିବେ ଜନସ୍ବାସ୍ଥ୍ୟ ନିର୍ଦେଶକ ।