ବର୍ଷକ ଭିତରେ ୧୬୦ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା

ଭୁବନେଶ୍ୱର, ୪/୭: ବର୍ଷକ ଭିତରେ ୧୬୦ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି। ଏନେଇ ଏକ ପ୍ରେସ୍ ରିଲିଜରେ ସୂଚନା ଦେଇଛି ମାଓ ସଂଗଠନର ସେଣ୍ଟ୍ରାଲ କମିଟି। ମହାମାରୀ କରୋନାରେ ଟପ୍ ମାଓନେତା ହରିଭୂଷଣଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଦଣ୍ଡକାରଣ୍ୟରେ ଏନକାଉଣ୍ଟରରେ ସର୍ବାଧିକ ୧୦୧ ମାଓବାଦୀର ମୃତ୍ୟୁ ହୋଇଥିବା ବେଳେ ଓଡ଼ିଶାରେ ୧୪, ଓଡ଼ିଶା-ଆନ୍ଧ୍ର ସୀମାରେ ୧୧ ମାଓବାଦୀ ନିହତ ହୋଇଛନ୍ତି।