ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ ପୁଷ୍କର ସିଂ ଧାମୀ

ନୂଆଦିଲ୍ଲୀ, ୩/୭:  ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ ପୁଷ୍କର ସିଂ ଧାମୀ । ବିଜେପି ବିଧାୟକ ଦଳରେ ଏହିପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ତୀରଥ ସିଂ ରାୱତଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ହେବେ ପୁଷ୍ପର ସିଂ ଧାମୀ । ତେବେ ଧାମୀ ହେବେ ଉତ୍ତରାଖଣ୍ଡର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ । ଗତକାଲି ବିଳମ୍ବିତ ରାତିରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ତୀରଥ ସିଂହ ରାୱତ ଇସ୍ତଫା ଦେଇଥିଲେ।  ରାଜ୍ୟପାଳଙ୍କୁ ଭେଟି ସେ ଇସ୍ତଫା ପତ୍ର ପ୍ରଦାନ କରିଥିଲେ।