ଛତିଶଗଡ଼ରେ ବଡ଼ଧରଣର ନକ୍ସଲ ହମଲା

ଭୁବନେଶ୍ୱର, ୩/୭: ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ବଡ଼ଧରଣର ନକ୍ସଲ ହମଲା କରିଥିବା ଜଣାପଡିଛି। ନାରାୟଣପୁର ଜିଲ୍ଲା ଆମଦାଇ ସ୍ଥିତ ଲୁହାପଥର ଖଣିରେ ନକ୍ସଲମାନେ ହମଲା କରିଛନ୍ତି। ପ୍ରାୟ ହଜାରେରୁ ଅଧିକ ନକ୍ସଲ ହମଲାରେ ସାମିଲ ଥିବା ସୂଚନା ମିଳିଛି। ଅନ୍ୟପଟେ ଖଣିର କିଛି କର୍ମଚାରୀଙ୍କୁ ନକ୍ସଲମାନେ କବ୍‌ଜାକୁ ନେଇଥିବା ସୂଚନା ରହିଛି। ଏହାସହଖଣିରେ ନିୟୋଜିତ ୫ଟି ଗାଡ଼ି ନକ୍ସଲ ପୋଡ଼ି ଦେଇଛନ୍ତି।