ଆସିଲା ଅନଲକ ୬.୦: ରାଜ୍ୟରେ ନଭେମ୍ବର ୧୬ରୁ ଖୋଲିବ ସ୍କୁଲ

ଭୁବନେଶ୍ୱର, ୩୧/୧୦(ଦି ପ୍ରଗତି ନ୍ୟୁଜ୍): ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ କମୁଛି।ଏହାରି ମଧ୍ୟରେ ଆସିଲା ଅନଲକ୍ ୬.୦। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ଗାଇଡଲାଇନ ଜାରି ହୋଇଛି। ନଭେମ୍ବର ୧୬ରୁ ସ୍କୁଲ ଖୋଲିବ ବୋଲି ସୂଚନା ମିଳିଛି। ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲା କ୍ଲାସ କରିବେ ।

ସେହିପରି କଣ୍ଟେନମେଣ୍ଟ ଜୋନ୍‌ରେ ଜାରି ରହିବ ଲକ୍‌ଡାଉନ କଟକଣା। ଜିଲ୍ଲାପାଳ ଓ ମୁନିସିପାଲ କମିଶନର ଅବରୋଧ ଅଂଚଳ ଚିହ୍ନଟ କରିବେ। ପୂର୍ବ ପରି ନଭେମ୍ବର ୧୫ ଯାଏଁ ସିିନେମା ହଲ ଓ ସୁଇମିଂ ପୁଲ ବନ୍ଦ ରହିବ।

ବାହାଘର ଉତ୍ସବରେ ସର୍ବାଧିକ ୨୦୦ ଲୋକ ଓ  ଅନ୍ତିମ ସଂସ୍କାରରେ ସର୍ବାଧିକ ୫୦ ଜଣ ଲୋକଙ୍କୁ ସାମିଲ ହେବା ପାଇଁ ଅନୁମତି ମିିଳିବ। ସ୍ଥାନୀୟ ପ୍ରଶାସନିକ ଅନୁମତିରେ ମନ୍ଦିର ଖୋଲାଯାଇପାରିବ। ବଡ ଧରଣର ସାମାଜିକ, ରାଜନୈତିକ, କ୍ରୀଡା ସମାବେଶ ଉପରେ କଟକଣା ଲାଗୁ ହୋଇଛି।