ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ତୀରଥ ସିଂହ ରାୱତ

ନୂଆଦିଲ୍ଲୀ, ୩/୭:ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ତୀରଥ ସିଂହ ରାୱତ ଇସ୍ତଫା ଦେଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ରାଜ୍ୟପାଳଙ୍କୁ ସେ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏନେଇ ଆଜି ଅପରାହ୍ନ ୩ଟାରେ ବସିବ ବିଜେପି ବିଧାୟକ ଦଳ ବୈଠକ । ଏହାପରେ ବୈଠକରେ ଜଣେ ବିଧାୟକଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯିବ । ମୁଖ୍ୟମନ୍ତ୍ରୀ ଦୌଡ଼ରେ ସତପାଲ ମହାରାଜ, ବଂଶୀଧର ଭଗତ, ହରକ ସିଂହ ରାୱତ ଓ ଧନ ସିଂହ ରାୱତ ଅଛନ୍ତି।