ରାଜ୍ୟରେ ଆଜି ୪୫ ଜଣ କରୋନାରେ ମୃତ୍ୟୁ

ଭୁବନେଶ୍ୱର, ୩/୭: ରାଜ୍ୟରେ ଏଣିକି ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। ଆଜି ରାଜ୍ୟରେ ୪୫ ଜଣଙ୍କ ଜୀବନ ନେଇଛି କରୋନା । ଭୁବନେଶ୍ବରରୁ ୫ ସମେତ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ରୋଗୀ ମୃତ , ବରଗଡ଼ ଓ କଟକ ଜିଲ୍ଲାରେ ୫ ଜଣ ଲେଖାଏଁ, ଢେଙ୍କାନାଳରେ ୪, କୋରାପୁଟ ସମ୍ବଲପୁର ଓ ସୁବର୍ଣ୍ଣପୁରରେ ୩-୩ ଜଣ, ସୁନ୍ଦରଗଡ଼ରେ ୩, ନୟାଗଡ଼ ଓ ପୁରୀରେ ୨ ଜଣ ଲେଖାଏଁ , ଅନୁଗୁଳ, ଗଞ୍ଜାମ, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ ଜିଲ୍ଲାରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୧୫୪ କୁ ବୃଦ୍ଧି ପାଇଛି ।