ଭୁବନେଶ୍ୱରରେ ପହଁଚିଲା ଆଉ ୯ ଲକ୍ଷ ଉପରେ କୋଭିସିଲ୍ଡ ଟିକା

ଭୁବନେଶ୍ୱର, ୨/୭:ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲେ ମଧ୍ୟ ବିପଦ ଟଳିନି। ତେଣୁ ତୃତୀୟ ଲହର ଆସିବା ପୂର୍ବରୁ ଟିକାକରଣ ପ୍ରକ୍ରିୟା କୁ ଜୋରଦାର କରାଯାଇଛି। ଏହାରି ମଧ୍ୟରେ ରାଜ୍ୟକୁ ଆଜି ଆସିଛି ଆଉ ୯ ଲକ୍ଷ ୪୩ ହଜାର ୯୩୦ କୋଭିସିଲ୍ଡ ଟିକା । ଭୁବନେଶ୍ୱରରେ ଆସି ପହଞ୍ଚିଲା ଏହି କୋଭିସିଲ୍ଡ ଟିକା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ସୂଚନା ଯୋଗ୍ୟ ଯେ ଗତକାଲି ମଧ୍ୟ ଭୁବନେଶ୍ୱରରେ ପହଞ୍ଚିଥିଲା ୧ ଲକ୍ଷ କୋଭିସିଲ୍ଡ ଟିକା ।