ଆସନ୍ତା ୩୦ରୁ ମାଟ୍ରିକ ପିଲାଙ୍କ ଅଫଲାଇନ ପରୀକ୍ଷା

ଭୁବନେଶ୍ୱର, ୧/୭: ରାଜ୍ୟରେ କରୋନା ଯୋଗୁ କୌଣସି ରେଜଲ୍ଟ ବାହାରି ପାରିନଥିଲା। ଏହାରିମଧ୍ୟରେ ବହୁ ଅପେକ୍ଷା ପରେ ଗତ ୨୫ ତାରିଖ ମାଟ୍ରିକ ରେଜଲ୍ଟ ବାହାରିଥିଲା। କିନ୍ତୁ ରେଜଲ୍ଟ କୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ତେଣୁ ଅସନ୍ତୋଷ ଛାତ୍ରଛାତ୍ରୀ ମାନେ ଆଉଥରେ ଅଫଲାଇନ ପରୀକ୍ଷା ଦେଇ ପାରିବେ ବୋଲି ସୂଚନା ରହିଛି। ଜୁଲାଇ ୩୦ରୁ ମାଟ୍ରିକ ପିଲାଙ୍କ ଅଫଲାଇନ ପରୀକ୍ଷା ଆରମ୍ଭ ହୋଇ ଅଗଷ୍ଟ ୫ ତାରିଖ ଯାଏଁ ଚାଲିବ । ୫ରୁ ୧୪ ଜୁଲାଇ ମଧ୍ୟରେ ଅଫଲାଇନ ପରୀକ୍ଷା ପାଇଁ ଫର୍ମଫିଲପ ହେବ।
ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ଥିବା ପିଲା ଦେଇପାରିବେ ପରୀକ୍ଷା।