ସୌରମଣ୍ଡଳର ଖତରନାକ ଗ୍ରହ , ଯେଉଁ ଗ୍ରହକୁ ମଣିଷ ଯିବା ଅସମ୍ଭବ

ଆମ ସୌରମଣ୍ଡଳ ଆଠଟି ଗ୍ରହକୁ ନେଇ ଗଠନ ହୋଇଛି । ଆଠଟି ଗ୍ରହ ମଧ୍ୟରୁ ସବୁଠୁ ବିଚିତ୍ର ଓ ବିଶାଳକାୟ ଗ୍ରହ ହେଉଛି ଶନି ଗ୍ରହ । ଶନି ଗ୍ରହ ସୌରମଣ୍ଡଳ ଷଷ୍ଠତମ ଗ୍ରହ ଓ ଦୂତୀୟ ବିଶାଳ ଗ୍ରହ । ଏହି ଗ୍ରହ ସୂର୍ଯ୍ୟଙ୍କ ଠାରୁ ପ୍ରାୟ ୧୪୨ କୋଟି ୬୬ ଲକ୍ଷ ୬୬ ହଜାର ୨୧ କିଲୋମିଟର ଦୂରରେ ରହିଛି । ଏହାସହ ଏହି ଗ୍ରହ ଦେଖିବାକୁ ବହୁତୁ ସୁନ୍ଦର ଦେଖାଯାଉଥିବା ମଧ୍ୟ କୁହା ଯାଇଛି । ଏହି ଗ୍ରହ ଚାରିପଟେ ଥିବା ବଳୟ ଶନି ଗ୍ରହକୁ ଅତ୍ୟଧିକ କରି ସୁନ୍ଦର କରୁଛି । କିନ୍ତୁ ଶନି ଗ୍ରହ ଦେଖିବାକୁ ସୁନ୍ଦର ଦେଖାଯାଉଥିଲେ ମଧ୍ୟ ଏହା ବହୁତୁ ବିପଦଜନକ ଅଟେ । ଏହାର ଚାରିପଟେ ଥିବା ବଳୟ ଅତ୍ୟନ୍ତ ଭୟଙ୍କର । ଆସନ୍ତୁ ଜାଣିବା ଏହି ରହସ୍ୟପୂର୍ଣ ଶନି ଗ୍ରହ ବିଷୟରେ …

ଶନି ଗ୍ରହ ଦେଖିବାକୁ ଯେତିକି ସୁନ୍ଦର ସେତିକି ଭୟଙ୍କର ସାବ୍ୟସ୍ତ ହୋଇଛି । ଶନି ଗ୍ରହ ବିଷୟରେ ଇତିହାସ ଓ ଗ୍ରନ୍ଥରେ ପଢ଼ିଛେ । କିନ୍ତୁ ଏହି ଆଧୁନିକ ଯୁଗରେ ଗେଲିଲିଓ ନାମକ ଜଣେ ବୈଜ୍ଞାନିକ ପ୍ରଥମେ ୧୬୧୦ ଖ୍ରୀଷ୍ଟାବ୍ଦ ରେ ଟେଲିସ୍କୋପ ଜରିଆରେ ଶନି ଗ୍ରହକୁ ଦେଖିଥିଲେ । ଶନି ଗ୍ରହକୁ ଆଜି ପର୍ଯ୍ୟନ୍ତ ଚାରୋଟି ମିଶନ ପଠାଯାଇଛି । ଶନି ଗ୍ରହକୁ ଆମର ପ୍ରଥମ ମିଶନ ପାୟୋନିର ୧୧ ଥିଲା । ସେହିପରି ଆମ ଶେଷ ମିଶନ ଥିଲା ସିନି ହର୍ଗେନ୍ସ । ଏହି ମିଶନ ଦ୍ୱାରା ଆମେ ଶନି ଗ୍ରହ କୁ ବହୁତୁ ପାଖରୁ ଦେଖିବାକୁ ମିଳିଥିଲା । ଆମ ସୌରମଣ୍ଡଳରେ ଥିବା ସମସ୍ତ ଗ୍ରହ ମଧ୍ୟରୁ ପୃଥିବୀ ଓ ମଙ୍ଗଳ ଗ୍ରହକୁ ଆମେ ଯେପରି ଭଲ ଭାବେ ଚିହ୍ନି ପାରୁଛେ ସେହିପରି ଶନି ଗ୍ରହକୁ ମଧ୍ୟ ଚିହ୍ନିବା ଅତି ସହଜ । ଏହାର ବଳୟ ଯୋଗୁ ସୌରମଣ୍ଡଳ ଅନ୍ୟ ମାନଙ୍କ ଗ୍ରହଠୁ ଶନି ଗ୍ରହଅଲଗା ଦେଖାଯାଉଛି । ସେହିପରି ଶନି ଗ୍ରହ ବ୍ୟତୀତ ଆମ ସୌରମଣ୍ଡଳରେ ଆଉ ମଧ୍ୟ ଗ୍ରହ ରହିଛି ଯେଉଁଥିରେ ଏହିପରି ବଳୟ ରହିଛି ।

ବୃହସ୍ପତି , ନେପଚୂନ ଓ ପ୍ଲୁଟୋ ଗ୍ରହ ରେ ମଧ୍ୟ ଏହିପରି ବଳୟ ରହିଛି । କିନ୍ତୁ ଏହା ବହୁତୁ ପତଳା ହୋଇଥିବରୁ ଭଲ ଭାବେ ଦେଖାଯାଉନାହିଁ । ଶନି ଗ୍ରହରେ ଏହା ବହଳ ଆକାରରେ ଥିବାରୁ ଏହା ଭଲ ଭାବେ ଦେଖାଯାଉଛି । ଏହା ପୃଥିବୀରେ ଠିଆ ହେଇ ଟେଲିସ୍କୋପରେ ମାଧ୍ୟମରେ ଦେଖିପାରିବେ । କିନ୍ତୁ ଏହି ବଳୟ ବହୁତୁ ଖତରନାକ ହୋଇଥାଏ । ଆମେରିକୀୟ ଗବେଷଣା ସଂସ୍ଥା ନାସା ପାଖରୁ କରାଯାଇଥିବା ମିଶନ କେଶିନୀ ହୋଇଗେନ୍ସ ଶନି ଗ୍ରହ ପଠାଯାଇଥିଲା । ସାତ ବର୍ଷ ଯାତ୍ରା କରିବା ପରେ ଶନି ଗ୍ରହର ଆରବିଟ ରେ ପହଂଚି ପାରିଥିଲା ଏହି ମିଶନ । ଏହି ମିଶନର ମୂଳ ଲକ୍ଷ ଥିଲା ଯେ ଶନି ଗ୍ରହ ଓ ତାର ଚନ୍ଦ୍ରମା ବିଷୟରେ ଅନୁସନ୍ଧାନ କରିବା। ଏହି ମିଶନ ପ୍ରାୟ ତେର ବର୍ଷ ଯାଏ ଶନି ଗ୍ରହକୁ ଅରବିଟ କରିଥିଲା ।

ଯେତେବେଳେ କେଶିନୀ ସ୍ପେସ ଶନି ଗ୍ରହର ବଳୟ ର ଫୋଟୋ କ୍ୟାପିଚର କରିଥିଲା । ସେହି ଫୋଟୋରେ ଶନି ଗ୍ରହର ବଳୟକୁ ଅଲଗା ଅଲଗା କରି ଦେଖି ହୋଇପାରିଥିଲା । ଏହି ବଳୟରେ ସାତଟି ଲେୟାର ରହିଛି । ସାତଟି ଲେୟାରରେ ଅଲଗା ଅଲଗା ପଦାର୍ଥ କୁ ନେଇ ଗଠନ ହୋଇଛି । ସାତଟି ଲେୟାର ମଧ୍ୟରୁ ଗୋଟେ ଲେୟାର ବରଫ ଖଣ୍ଡ ଓ ପଥର ଖଣ୍ଡରେ ଭର୍ତି ହୋଇଛି । ଯାହା ସୂର୍ଯ୍ୟଙ୍କ କିରଣ ପଡିବା ଦ୍ୱାରା ପ୍ରତିବିମ୍ବ ସୃଷ୍ଟି ହୋଇଥାଏ । ଏହା ଦ୍ୱାରା ଶନି ଗ୍ରହ ବହୁତୁ ଉଜ୍ଜଳ ଦେଖାଯାଇଥାଏ । ସବୁ ଲେୟାର ଓ ଲେୟାର ମଧ୍ୟରେ ଖାଲି ସ୍ଥାନ ରହିଛି । ଏହା କେଶିନୀ ମିଶନ ଦ୍ୱାରା ଜଣାପଡିଥିଲା । ଶନି ଗ୍ରହ ର ସବୁଠୁ ବଡ ଉପଗ୍ରହ ଟାଇଟନ ଅଟେ । ସେଠାରେ ବସବାସ ସମ୍ଭବ ହୋଇପାରେ । କାରଣ ସେଠାରେ ପାଣି ଆକାରରେ ନଦୀ ବୋହୁ ଥିବା ଜଣାପଡିଛି ।

ଏହାପରେ ଶନି ଗ୍ରହର ବାୟୁମଣ୍ଡଳ ରେ ପ୍ରବେଶ କରିବାକୁ ଚେଷ୍ଟା କରାଯାଇଥିଲା । ଏହାର ଵାୟୁମଣ୍ଡଳ ହାଇଡ୍ରୋଜେନ ଓ ହିଲିୟମ ଗ୍ୟାସ ରେ ଭର୍ତି ହୋଇଥିଲା । ୯୬.୩ ମଲୀକୁଲାର ହାଇଡ୍ରୋଜେନ ଓ ୩.୨୫ ହିଲିୟମ ରେ ତିଆରି ହୋଇଛି । ଆଉ ବଳକା ଥିବା ଆମୋନିଅ, ଏସିଟିଲିନି, ପ୍ରପେନ ଗ୍ୟାସକୁ ନେଇ ସେହି ବାୟୁମଣ୍ଡଳ ଗଠନ ହୋଇଛି । ଶନି ଗ୍ରହ ସୌରମଣ୍ଡଳର ଦ୍ୱତୀୟତମ ଗ୍ରହ ଯେଉଁ ଠାରେ ବହୁତୁ ଜୋରସେ ପବନ ବୋହିଥାଏ । ଏଠାରେ ପବନ ଘଣ୍ଟା ପ୍ରତି ୧୮୦୨ କିଲୋମେଟର ବେଗରେ ବୋହିଥାଏ । ଶନି ଗ୍ରହର ଘନତା ସୌରମଣ୍ଡଳ ରେ ମହଜୁଦ ଥିବା ସମସ୍ତ ଗ୍ରହ ଠାରୁ ବହୁତୁ କମ । ଶନି ଗ୍ରହ ଆକାର ଅନୁସାରେ ଏହାର ଓଜନ ବହୁତୁ କମ ରହିଛି । ସେ ନିଜ କକ୍ଷ ରେ ବହୁତୁ ଜୋରରେ ଗତି କରିଥାଏ । ମାତ୍ର ୧୦ ଘଣ୍ଟା ୩୪ ମିନିଟ ରେ ନିଜ କକ୍ଷରେ ଘୁରି ଯାଇଥାଏ । ଏହା ଜୋରସେ ବୁଲିବା କାରଣରୁ ଶନି ଗ୍ରହ ବହୁତ ଚଉଡା ହୋଇଥାଏ । ଏହି ଗ୍ରହ ବହୁତୁ ଗରମ ଥାଏ ଯେଉଁ କାରଣ ରୁ ଏଠାରେ ଝଡ ତୋଫାନ ହୋଇଥାଏ । ଏହି ଗ୍ରହ ସମ୍ପୂର୍ଣ ଭାବେ ଗ୍ୟାସ ରେ ଭର୍ତି ହୋଇଛି ଯେଉଁ ଠାରେ ପାଦ ରଖିବା ପାଇଁ ଜାଗା ହିଂ ନାହିଁ । ଏଠାରେ ତାପମାତ୍ରା ଏଗାର ହଜାର ସାତ ସହ ଡ଼ିଗ୍ରୀ ସେଲସିୟସ ରହିଛି ।

କେଶିନୀ ମିଶନ ଦ୍ୱରା ଏହା ମଧ୍ୟ ଜଣାପଡିଥିଲା ଯେ ଶନି ଗ୍ରହ ଚାରିପଟେ ପରିକ୍ରମା କରୁଥିବା ଛୋଟ ଛୋଟ ପଥର ଖଣ୍ଡ ଓ ବରଫ ଖଣ୍ଡ ସବୁ ଧୀରେ ଧୀରେ ନଷ୍ଟ ହେଉଛି । ସୂର୍ଯ୍ୟଙ୍କ ଠାରୁ ଆସୁଥିବା ଅତି ବାଇଗଣୀ ରଶ୍ମି ପାଇଁ ଏହା ବହୁତୁ ଶୀଘ୍ର ନଷ୍ଟ ହେବାରେ ଲାଗିଛି । ବୈଜ୍ଞାନିକ ମାନଙ୍କ କହିବା ଅନୁସାରେ ଏହି ବଳୟ ଆଗାମୀ ଦଶ ବର୍ଷ ମଧ୍ୟରେ ସମ୍ପୂର୍ଣ ନଷ୍ଟ ହୋଇଯାଇଥିବା । ଏହାପରେ ଅନ୍ୟମାନେ ଙ୍କ ଗ୍ରହ ପରି ଦିଶିବାକୁ ଲାଗିବ ଶନି ଗ୍ରହ । ଏହାର ଆକାର ଏତେ ବଡ ଯେ ସାତ ସହ ଚଉଷଠି ପୃଥିବୀ ଅତି ସହଜରେ ରହିପାରିବ । ଶନି ଗ୍ରହରେ ପୃଥିବୀର ଏକ ବର୍ଷ ଏଠାରେ ୨୯.୫ ବର୍ଷ ସହ ସମାନ । ଏଠାରେ ବହୁତୁ ବିଷାକ୍ତ ଗ୍ୟାସ ଓ ଚଟାଣ ନଥିବାରୁ ଏଠାରେ ମଣିଷ ପାଦ ରଖିବା ଅସମ୍ଭବ।