ରାଜଧାନୀରେ ପହଞ୍ଚିଲା ୧ ଲକ୍ଷ କୋଭିସିଲ୍ଡ ଟିକା

ଭୁବନେଶ୍ୱର, ୧/୭: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲେ ମଧ୍ୟ ବିପଦ ଟଳିନି। ତେଣୁ ତୃତୀୟ ଲହର ଆସିବା ପୂର୍ବରୁ ଟିକାକରଣ ପ୍ରକ୍ରିୟା କୁ ଜୋରଦାର କରାଯାଇଛି। ଏହାରି ମଧ୍ୟରେ ଭୁବନେଶ୍ୱରରେ ପହଞ୍ଚିଛି ୧ ଲକ୍ଷ କୋଭିସିଲ୍ଡ ଟିକା । ଆସନ୍ତା କାଲି ଓଡିଶା ଆସିପାରେ ପ୍ରାୟ ୧୦ ଲକ୍ଷ ଟିକା ବୋଲି ସୂଚନା ମିିଳିଛି। ସେରମ ଇନଷ୍ଟିଚ୍ୟୁଟରୁ ଆସିପାରେ ୮ ଲକ୍ଷ କୋଭିସିଲ୍ଡ ଟିକା । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।