ଟିକା ଅଭାବ ଯୋଗୁଁ ରାଜ୍ୟର ୧୬ ଜିଲ୍ଲାରେ ବନ୍ଦ ରହିଛି ଟିକାକରଣ

ଭୁବନେଶ୍ୱର, ୧/୭: ରାଜ୍ୟରେ କରୋନା ସ୍ଥିତିକୁ ଟିକାକରଣ ପ୍ରକ୍ରିୟା ଜୋରଦାର ଜାରି ରହିଛି। ଏହାରିମଧ୍ୟରେ କୋଭିଡ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ  ସୂଚନା ଦେଇ କହିଛନ୍ତି ଯେ ଟିକା ଅଭାବ ଯୋଗୁଁ ରାଜ୍ୟର ୧୬ ଜିଲ୍ଲାରେ ବନ୍ଦ ରହିଛି ଟିକାକରଣ।   ଆଉ ୬ ଲକ୍ଷ ଟିକା କେନ୍ଦ୍ରକୁ ମଗାଯାଇଥିଲା ବେଳେ ଆଜି ଲକ୍ଷେ କୋଭିସିଲ୍‌ଡ ଟିକା ପହଞ୍ଚିବ ବୋଲି ଖବର ମିଳିଛି। ଆଜି ରାଜ୍ୟର ମାତ୍ର ୪୨ଟି କେନ୍ଦ୍ରରେ କୋଭିସିଲ୍‌ଡ ଟିକା ଦିଆଯାଉଛି। ତୃତୀୟ ଲହର ପୂର୍ବରୁ ଟିକାକରଣ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି କିନ୍ତୁ ଟିକା ଯୋଗାଣ ଉପରେ ଲକ୍ଷ୍ୟ ପୂରଣ ନିର୍ଭର କରୁଛି ବୋଲି ସେ କହିଛନ୍ତି।