ରାଜ୍ୟରେ ଆଜି ୪୫ ଜଣ କରୋନାରେ ମୃତ୍ୟୁ

ଭୁବନେଶ୍ୱର, ୧/୭: ରାଜ୍ୟରେ ଏଣିକି ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। ଆଜି ରାଜ୍ୟରେ ୪୫ ଜଣଙ୍କ ଜୀବନ ନେଇଛି କରୋନା । ଭୁବନେଶ୍ବରରୁ ୫ ସମେତ ଖୋର୍ଦ୍ଧାରୁ ସର୍ବାଧିକ ୯ ଜଣଙ୍କ ମୃତ୍ୟୁ, ନୟାଗଡ଼ ଓ ପୁରୀରେ ୫ ଜଣ ଲେଖାଏଁ, ଗଞ୍ଜାମ ଓ କେନ୍ଦୁଝର ଜିଲ୍ଲାରେ ୪ ଜଣ ଲେଖାଏଁ, ବରଗଡ଼ ଓ ସୁନ୍ଦରଗଡ଼ରେ ୩-୩, ଅନୁଗୁଳ, କଟକ ଓ ସମ୍ବଲପୁରରେ ୨-୨, ବାଲେଶ୍ବର, ଢେଙ୍କାନାଳ, ଯାଜପୁର, ଝାରସୁଗୁଡ଼ାରେ, ମୟୂରଭଞ୍ଜ ଓ ନବରଙ୍ଗପୁରରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିିିଛି।ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୦୬୩ କୁ ବୃଦ୍ଧି ପାଇଛି ।