କାଳିଆ ହିତାଧିକାରୀଙ୍କୁ ମିଳିଲା କୋଭିଡ ସହାୟତା

ଭୁବନେଶ୍ୱର,୩୦/୬: ରାଜ୍ୟରେ କରୋନା ପ୍ରଭାବରେ ସବୁ ଲୋକ ଙ୍କ ଆର୍ଥିକବସ୍ଥା ଉପରେ ପ୍ରଭାବ ପଡିଛି। ଚାଷୀ ମାନେ ମଧ୍ୟ ବହୁ ପ୍ରଭାବିତ ହୋଇଛନ୍ତି। ଏହାରିମଧ୍ୟରେ ଭୂମିହୀନ ଚାଷୀଙ୍କ ଆକାଉଣ୍ଟକୁ ଆଜି କୋଭିଡ ସହାୟତା ପଠାଯାଇଛି। ୧୮ ଲକ୍ଷ ଭୂମିହୀନ ଚାଷୀଙ୍କୁ କୋଭିଡ ସହାୟତା ଦିଆଯାଇଛି। ୩୮୬ କୋଟି ଟଙ୍କାର ସହାୟତା ପ୍ରଦାନ କରିଛନ୍ତି ସରକାର । ଡିବିଟି ମାଧ୍ୟମରେ ଚାଷୀଙ୍କ ଆକାଉଣ୍ଟକୁ ଏହି ସହାୟତା ଟଙ୍କା ପଠାଯାଇଛି ।