ଆରପାରିରେ ପ୍ରଯୋଜକ ଓ ନିର୍ଦେଶକ ରାଜ କୌଶଲ

ଭୁବନେଶ୍ୱର, ୩୦/୬: ବଲିଉଡ୍‌ ର ପ୍ରଯୋଜକ ଓ ନିର୍ଦେଶକ ରାଜ କୌଶଲଙ୍କ ଆଜି ପରଲୋକ ଘଟିଛି। ତାଙ୍କୁ ମୃତ୍ୟୁ ବେଳକୁ ୪୯ ବର୍ଷ ବୟସ ହୋଇଥିଲା। ତାଙ୍କର ହୃଦ୍‌ଘାତରେ ପରଲୋକ ଘଟିଛି। ୩ଟି ବଲିଉଡ୍‌ ଚଳଚ୍ଚିତ୍ରରେ ନିର୍ମାତା ଓ ନିର୍ଦେଶକ ସେ ଥିଲେ।  ୩ ଫିଲ୍ମ-‘ପ୍ୟାର୍‌ ମେ କଭିକଭି’, ‘ଶାଦି କା ଲଡୁ’, ‘ଆନ୍ଥୋନି କୌନ ହୈ’। ସେହିପରି ସୁଭାଷ ଘାଇଙ୍କ ‘ତ୍ରିମୂର୍ତ୍ତି’ରେ ବି ସହକାରୀ ଭାବେ ସେ କାମ କରିଥିଲେ ।