ରାଜ୍ୟରେ ଆଜି ୪୮ ଜଣ କରୋନାରେ ମୃତ୍ୟୁ

ଭୁବନେଶ୍ୱର, ୩୦/୬: ରାଜ୍ୟରେ ଏଣିକି ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। ଆଜି ରାଜ୍ୟରେ ୪୮ ଜଣଙ୍କ ଜୀବନ ନେଇଛି କରୋନା ।ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ମୃତ,
କଟକ ଓ ନୟାଗଡ଼ ଜିଲ୍ଲାରେ ୫ ଲେଖାଏଁ, ଗଞ୍ଜାମ ଓ ସୁନ୍ଦରଗଡ଼ରେ ୪ ଲେଖାଏଁ, ବରଗଡ଼, ବୌଦ୍ଧ ଓ ଢେଙ୍କାନାଳରେ ୩ ଲେଖାଏଁ , ଅନୁଗୁଳ, ବାଲେଶ୍ବର, ଭଦ୍ରକ, ଝାରସୁଗୁଡ଼ାରେ ୨ ଲେଖାଏଁ, ଜଗତସିଂହପୁର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ପୁରୀ ଓ ସମ୍ବଲପୁରରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୦୧୮ କୁ ବୃଦ୍ଧି ପାଇଛି ।