ରାଜୀବ ଗାନ୍ଧି ଖେଳରତ୍ନ ପାଇଁ ଦୂତୀ ଚାନ୍ଦଙ୍କ ନାମ ସୁପାରିସ କଲେ ରାଜ୍ୟ ସରକାର

ଭୁବନେଶ୍ୱର, ୨୯।୬: ଆଜି କ୍ରୀଡ଼ା ପୁରସ୍କାର ପାଇଁ ୪ ଜଣଙ୍କ ନାମ ସୁପାରିସ କରିଛନ୍ତି ରାଜ୍ୟ ସରକାର । ରାଜୀବ ଗାନ୍ଧି ଖେଳରତ୍ନ ପାଇଁ ଦୂତୀ ଚାନ୍ଦଙ୍କ ନାମ ସୁପାରିସ କରାଯାଇଥିବା ବେଳେ ଅର୍ଜୁନ ପୁରସ୍କାର ପାଇଁ ବୀରେନ୍ଦ୍ର ଲାକ୍ରାଙ୍କ ନାମ ସୁପାରିସ ହୋଇଛି । ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ କାଳୁଚରଣ ଚୌଧୁରୀଙ୍କ ନାମ ସୁପାରିସ ହୋଇଛି। ସେହିପରି ଧ୍ୟାନଚାନ୍ଦ ପୁରସ୍କାର ପାଇଁ ଅନୁରାଧା ବିଶ୍ବାଳଙ୍କ ନାମ ସୁପାରିସ ହୋଇଛି ।