୮ ଜିଲ୍ଲାରେ ହଲମାର୍କ ସୁନା ବିକ୍ରି କରିବା ହେଲା ବାଧ୍ୟତାମୂଳକ

ଭୁବନେଶ୍ୱର, ୨୯/୬: ଦେଶ ଓ ରାଜ୍ୟରେ ଦିନକୁ ଦିନ ସୁନା ରେଟ ବଢିବାରେ ଲାଗିଛି। ଏହାରିମଧ୍ୟରେ ୮ ଜିଲ୍ଲାରେ ହଲମାର୍କ ସୁନା ବିକ୍ରି କରିବାକୁ ବାଧ୍ୟତାମୂଳକ କରାଯାଇଛି। ୮ଜିଲ୍ଲା ଗୁଡିକ ବାଲେଶ୍ୱର, ଭଦ୍ରକ, କଟକ, ଗଞ୍ଜାମ, ଯାଜପୁର, ଖୋର୍ଦ୍ଧା, ମୟୂରଭଞ୍ଜ ଓ ସମ୍ବଲପୁର । ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଏହାସହ ହଲମାର୍କ ସୁନା ବିକ୍ରିକୁ ବାଧ୍ୟତାମୂଳକ କରିଛନ୍ତି କେନ୍ଦ୍ର ସରକାର । ୧୪,୧୮, ୨୨, ୨୦, ୨୩ ଏବଂ ୨୪ କ୍ୟାରେଟ ସୁନା ମଧ୍ୟ ବିକ୍ରି କରିପାରିବେ । ହଲମାର୍କ ସୁନା ଦେଖି କିଣିବାକୁ ଗ୍ରାହକଙ୍କୁ ସେ ପରାମର୍ଶ ଦେଇଛନ୍ତି ।