ଅଗ୍ନି ପ୍ରାଇମ-୧ କ୍ଷେପଣାସ୍ତ୍ରର ସଫଳ ଉତ୍‌କ୍ଷେପଣ

ଭୁବନେଶ୍ୱର, ୨୮/୬: ଭଦ୍ରକ ଧାମରା ଅବଦୁଲ କଲାମ ଦ୍ବୀପର ୪ ନମ୍ବର ଲଞ୍ଚ ପ୍ୟାଡ୍‌ରୁ ଅଗ୍ନି ପ୍ରାଇମ-୧ର ସଫଳ ଉତ୍‌କ୍ଷେପଣ ହୋଇଛି। ଅଗ୍ନି ପ୍ରାଇମ-୧ର ଲକ୍ଷ୍ୟଭେଦ କ୍ଷମତା ୧୫୦୦ କିଲୋମିଟର । ହଜାରେ କେଜି ଆଣବିକ ଯୁଦ୍ଧାସ୍ତ୍ର ବହନ କରିପାରିବ ଅଗ୍ନି ପ୍ରାଇମ-୧ ।

ଅନ୍ୟପଟେ ଅଗ୍ନି ପ୍ରାଇମ୍‌ର ସଫଳ ପରୀକ୍ଷଣ ପାଇଁ  ଟ୍ୱିଟ କରି DRDOକୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।