ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘୋଷଣା: ରାଜ୍ୟରେ ଖୋଲିବ ୧୦ଟି ନର୍ସିଂ କଲେଜ

ଭୁବନେଶ୍ୱର, ୨୮/୬:ଝାରସୁଗୁଡ଼ାରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଆଜି ଏକ ବଡ଼ ଘୋଷଣା କରିଛନ୍ତି। ସେ ରାଜ୍ୟରେ ୧୦ଟି ନର୍ସିଂ କଲେଜ ଖୋଲିବା ନେଇ ଘୋଷଣା କରିଛନ୍ତି। ରାଜ୍ୟର ୧୦ ଜିଲ୍ଲାରେ ଖୋଲିବ ୬୦ ଶଯ୍ୟା ବିଶିଷ୍ଟ ନର୍ସିଂ କଲେଜ । ୧୦ଟି କଲେଜରେ ପାଠ ପଢ଼ିବେ ୬୦୦ ଜଣ ନର୍ସିଂ ଛାତ୍ରଛାତ୍ରୀ ।
୧୦ ଜିଲ୍ଲା ଗୁଡିକ ହେଉଛିି ମୟୂରଭଞ୍ଜ, ବଲାଙ୍ଗୀର, କୋରାପୁଟ, ବାଲେଶ୍ୱର, ଝାରସୁଗୁଡା, ପୁରୀ, ସୁନ୍ଦରଗଡ, ଅନୁଗୁଳ, କେନ୍ଦୁଝର ଓ ଯାଜପୁର ।