ଆତଙ୍କବାଦୀଙ୍କ ଗୁଳିରେ SPO ଓ ତାଙ୍କ ପତ୍ନୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୨୮/୬: ଜାମ୍ମୁ ଓ କାଶ୍ମୀର ପୁଲୱାମାର ହରିପାରିଗାମରେ ଆତଙ୍କବାଦୀ SPOଙ୍କ ଘରେ ପଶି ଆଖିବୁଜା ଗୁଳି ଚଳାଇଥିଲେ। ଯାହା ଫଳରେ ଏସପିଓ ଫୟାଜ ଅହମଦ ସହିଦ ହେବା ସହ ଫୟାଜଙ୍କ ସ୍ତ୍ରୀ ଙ୍କର ମୃତ୍ୟୁ ଘଟିଛି। ଏହାସହ ତାଙ୍କ ଝିଅ ସଂକଟାପନ୍ନ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ଉଲ୍ଲେଖ ଯୋଗ୍ୟ ଯେ SPO ଫୟାଜଙ୍କ ଘରେ ପଶି ଆଖିବୁଜା ଗୁଳିମାଡ଼ କରିଥିଲେ ଆତଙ୍କବାଦୀ । ଏନେଇ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ସୁରକ୍ଷା କର୍ମୀ ତଲାସି ଜାରି ରଖିଛନ୍ତି।