ରାଜ୍ୟରେ ଆଜି ୪୩ ଜଣ କରୋନାରେ ମୃତ୍ୟୁ

ଭୁବନେଶ୍ୱର, ୨୮/୬: ରାଜ୍ୟରେ ଏଣିକି ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। ଆଜି ରାଜ୍ୟରେ ୪୩ ଜଣଙ୍କ ଜୀବନ ନେଇଛି କରୋନା । ଭୁବନେଶ୍ବରରେ ୫ ସମେତ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ମୃତ ,ବରଗଡ଼, ନୟାଗଡ଼ ଓ ପୁରୀରୁ ୫ ଜଣ, ସୁନ୍ଦରଗଡ଼ରେ ୪, ଭଦ୍ରକ, କଟକ ଓ ଗଞ୍ଜାମରେ ୩-୩ ଜଣ,ଢେଙ୍କାନାଳରେ ୨, ବାଲେଶ୍ବର ଓ କେନ୍ଦୁଝର, ମୟୂରଭଞ୍ଜ ଓ ସମ୍ବଲପୁରରେ ବି ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଙ୍କ ମୃତ୍ୟୁ ଘଟିଛି।ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୯୩୦ କୁ ବୃଦ୍ଧି ପାଇଛି ।