ଘରେ ବନାନ୍ତୁ ରେଷ୍ଟୁରାଣ୍ଟ ଭଳି କଡ଼ାଇ ପନିର

ଆବଶ୍ୟକ ସାମଗ୍ରୀ:
ପନିର, ପିଆଜ, କ୍ୟାପ୍ସିକମ. ଟମାଟୋ, ଜୀରା, ଗୋଲମରିଚ,ପାନମଧୁରୀ, ଧନିଆ ମଞ୍ଜି, ଶୁଖିଲା ଲଙ୍କା, ଲବଙ୍ଗ, ଗୁଜୁରାତି, ଡାଲଚିନି, ତେଜପତ୍ର, ଶୁଖା ମସଲା(ଧନିଆ ଗୁଣ୍ଡ, କାଶ୍ମିରୀ ରେଡ଼ ଲଙ୍କା ଗୁଣ୍ଡ, ଜୀରା ଗୁଣ୍ଡ), ହଳଦି ଗୁଣ୍ଡ, କସ୍ତୁରୀ ମେଥି, ଗୁଆ ଘିଅ, ଲୁଣ, ଲହୁଣୀ
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମ ପର୍ଯ୍ୟାୟରେ ୨୦୦ ଗ୍ରାମ ପନିରକୁ ଛୋଟ ଛୋଟ ଚାରିକୋଣିଆ ସାଇଜର କାଟି ରଖନ୍ତୁ । ଗୋଟେ ପିଆଜ ଓ କ୍ୟାପ୍ସିକମକୁ ଚାରିକୋଣିଆ କାଟି ଖୋଲି ରଖନ୍ତୁ । ଦୁଇଟି ପିଆଜ ଓ ଟମାଟୋକୁ ଛୋଟ ଛୋଟ ସାଇଜର କାଟି ରଖନ୍ତୁ । ତାପରେ ଗ୍ୟାସ ଅନ କରି ଏକ ପ୍ୟାନ ବସାନ୍ତୁ । ପ୍ୟାନ ଗରମ ହେବା ପରେ ଅଧା ଚାମଚ ଜୀରା, ଗୋଲମରିଚ, ପାନମଧୁରୀ, ଦେଢ଼ଚାମଚ ଧନିଆ ମଞ୍ଜି, ୨ରୁ ୩ଟା ଶୁଖିଲା ଲଙ୍କା ପକାଇ ଅଳ୍ପ ଆଞ୍ଚରେ ଭାଜନ୍ତୁ । ୨ମିନିଟ ଯାଏଁ ହାଲକା ବାଦାମୀ ଓ ଟିକେ ବାସ୍ନା ଆସିବା ପର୍ଯ୍ୟନ୍ତ ଭାଜନ୍ତୁ । ତାପରେ ଗ୍ୟାସ ଅଫକରି ଏକ ପାତ୍ରକୁ କାଢ଼ି ତାକୁ ଥଣ୍ଡା ହେବାକୁ ଦିଅନ୍ତୁ । ଥଣ୍ଡା ହେବା ପରେ ଗ୍ରାଇଣ୍ଡରରେ ତାକୁ ଗୁଣ୍ଡ କରନ୍ତୁ । ଗୁଣ୍ଡ ହେବା ପରେ ଏହା ପ୍ରସ୍ତୁତ ହୋଇଗଲା କଢ଼ାଇ ପନିର ମସଲା । ଦ୍ୱିତୀୟ ପର୍ଯ୍ୟାୟରେ ଗ୍ୟାସ ଅନ କରି ଏକ କଢ଼େଇ ବସାନ୍ତୁ ତାପରେ ଲବଙ୍ଗ, ଗୁଜୁରାତି,ଡାଲଚିନି, ଶୁଖାଲଙ୍କା, ତେଜପତ୍ର କୁ ପକେଇ ୧ମିନିଟ ଭାଜନ୍ତୁ । ତାପରେ ତାକୁ ଟିକେ ସାଇଡ଼ କରି ୩ଚାମଚ ଗୁଆ ଘିଅ ପକାନ୍ତୁ । ତାପରେ ଛୋଟ ଛୋଟ ସାଇଜ କରି କାଟି ରଖିଥିବା ପିଆଜକୁ ପକାଇ ଭାଜନ୍ତୁ । ପିଆଜ ଟିକେ ହାଲକା ବାଦାମୀ ରଙ୍ଗ ହେଲା ପରେ ଅଦା ରସୁଣ ପେଷ୍ଟକୁ ପକାନ୍ତୁ । ତାପରେ ଅଧା ଚାମଚ ହଳଦିଗୁଣ୍ଡ ପକାଇ ୩ରୁ୪ମିନିଟ ଭାଜନ୍ତୁ । ତାପରେ କାଟି ରଖିଥିବା ଟମାଟୋକୁ ପକାଇ ଭାଜନ୍ତୁ । ଟମାଟୋ ଶୀଘ୍ର ସିଝିବା ପାଇଁ ସେଥିରେ ଅଳ୍ପ ଲୁଣ ପକାନ୍ତୁ । ଟମାଟେ ଭଲସେ ସିଝି ପିଆଜ ସହ ମିଶିଗଲାପରେ ଶୁଖା ମସଲା (ଲଙ୍କା ଗୁଣ୍ଡ, ଧନିଆଗୁଣ୍ଡ, ଜୀରା ଗୁଣ୍ଡ) ପକାନ୍ତୁ । ତାପରେ କରି ରଖିଥିବା ଗୋଟେ ଚାମଚ କଢ଼ାଇ ମସଲା ପନିର ପକାନ୍ତୁ । ତାପରେ କସ୍ତୁରୀ ମେଥି ପକାନ୍ତୁ । ତାପରେ କାଟି ରଖିଥିବା ଚାରିକୋଣିଆ ସାଇଜର ପିଆଜ ଓ କ୍ୟାପ୍ସିକମକୁ ପକାନ୍ତୁ । ସବୁ ପକାଇ ସାରିବା ପରେ ଭଲ ସେ ଭାଜନ୍ତୁ । ଏବଂ ଗୋଟେ ଢାଙ୍କୁଣୀ ମାଧ୍ୟମରେ ଘୋଡ଼ାଇ ସିଝିବାକୁ ଛାଡ଼ନ୍ତୁ । ଏହିପରି ୩ରୁ୪ମିନିଟ ରଖନ୍ତୁ । ପିଆଜ ଓ କ୍ୟାପ୍ସିକମକୁ ଅଳ୍ପଟିକେ ସିଝାନ୍ତୁ । ବେଶି ସିଝିଲେ ଏହାର ଟେଷ୍ଟ ପଳାଏ । ତାପରେ ଅଧାଗ୍ଲାସ ପାଣି ଦିଅନ୍ତୁ କାରଣ ଏଥିରେ ବେଶି ଝୋଳ ରୁହେନହିଁ । ତାପରେ ପନିରକୁ ପକାଇ ଗୋଳାନ୍ତୁ । ତପାରେ ସେଥିରେ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ । ଅଳ୍ପ ଆଞ୍ଚରେ ୨ରୁ୩ମିନିଟ ଘୋଡ଼ାଇ ରଖନ୍ତୁ । ତାପରେ ଟିକେ ଫୁଟିଗଲା ପରେ ଢ଼ାଙ୍କୁଣୀ କାଢ଼ି ଦିଅନ୍ତୁ । ଗ୍ୟାସ ଅଫ କରି ଏକ ପାତ୍ରକୁ କାଢ଼ି ଅଳ୍ପ ଟିକେ ଲହୁଣୀ ପକାନ୍ତୁ । ତାପରେ ଗରମା ଗରମ ପରସି ଦିଅନ୍ତୁ କଡ଼ାଇ ପନିର ।