ଘରୋଇ ହସ୍ପିଟାଲ ଟିକାପ୍ରସ୍ତୁତ କମ୍ପାନିଠୁ କିଣିପାରିବେ ୨୫% ଟିକା

ଭୁବନେଶ୍ୱର, ୨୭/୬: ରାଜ୍ୟରେ କରୋନା ସ୍ଥିତି କୁ ଦେଖି ଜୋରଦାର ଟିକାକରଣ ଚାଲିଛି। ଏହାରିମଧ୍ୟରେ ପରିବର୍ତ୍ତିତ କୋଭିଡ ଟିକାକରଣ ଗାଇଡଲାଇନ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇ କହିଛନ୍ତି ଯେ ଘରୋଇ ହସ୍ପିଟାଲ ଟିକାପ୍ରସ୍ତୁତ କମ୍ପାନିଠୁ ୨୫% ଟିକା କିଣିପାରିବେ । ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ୭ଟି ହସ୍ପିଟାଲ କମ୍ପାନିଠୁ ଟିକା ପାଇଥିବା ସେ କହିଛନ୍ତି। ସେହିପରି ଗୋଟିଏ ଦିନରେ ୩ ଲକ୍ଷ ଟିକା ଦେବା ପାଇଁ ପ୍ରସ୍ତୁତ ଥିବା ସେ କହିଛନ୍ତି।