ଘୋଷଣା ହେଲା ବିଜୁ ମହିଳା ଜନତା ଦଳର ପଦାଧିକାରୀ

ଭୁବନେଶ୍ୱର, ୨୭/୬: ଆଜି ବିଜୁ ମହିଳା ଜନତା ଦଳର ପଦାଧିକାରୀ ଘୋଷଣା ହୋଇଛି। ରାଜ୍ୟସ୍ତରୀୟ ପରାମର୍ଶଦାତା ଭାବେ ୫ଜଣଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ କାର୍ଯ୍ୟକାରୀ ସଭାପତି ଭାବେ ୩ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ରାଜ୍ୟସ୍ତରୀୟ ପରାମର୍ଶଦାତା ଭାବେ ରାଜଶ୍ରୀ ମଲ୍ଲିକ, ମଞ୍ଜୁଲତା ମଣ୍ଡଳ, ରିତା ତରାଇ, ଲତିକା ପ୍ରଧାନ, ନନ୍ଦିନୀ ଦେବୀ ନିଯୁକ୍ତି ପାଇଛନ୍ତି। ସେହିପରି କାର୍ଯ୍ୟକାରୀ ସଭାପତି ଭାବେ ସୁଭାସିନୀ ଜେନା, ସୁଲତା ଦେଓ, ନିନେଦିତା ମହାନ୍ତି ନିଯୁକ୍ତ ହୋଇଛନ୍ତି।

୭ଜଣଙ୍କୁ ଜୋନ ସଭାପତି ଏବଂ ବରିଷ୍ଠ ଉପ-ସଭାପତି ଭାବେ ୯ଜଣଙ୍କୁ  ଦାୟିତ୍ୱ ମିଳିଛି।