ବଡ଼ ଖବର: ପ୍ରକାଶ ପାଇଲା ଚଳିତବର୍ଷର ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର, ୨୫/୬: ସବୁ କଳ୍ପନାଜଳ୍ପନାର ଘଟିଲା ଅନ୍ତ। ଆଜି ବହୁ ଅପେକ୍ଷା ପରେ ପ୍ରକାଶ ପାଇଛି ଚଳିତବର୍ଷର ମାଟ୍ରିକ ରେଜଲ୍ଟ। ଚଳିତବର୍ଷ ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ ବାହାରିଛି ରେଜଲ୍ଟ। କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପ୍ରକାଶ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ।।ଏଥର ପାସ୍ ହାର ୯୭.୮୯ ପ୍ରତିଶତ ରହିଛି।  ସନ୍ଧ୍ୟା ୬ଟା ପରେ ବୋର୍ଡର ନିଜସ୍ବ ଟେୱସାଇଟ୍‌ରେ ଛାତ୍ରଛାତ୍ରୀ ଦେଖିପାରିବେ ନିିିଜର ରେଜଲ୍ଟ।

୨ଟି ୱେବ୍‌ସାଇଟ୍‌ରେ ପରୀକ୍ଷା ଫଳ ଉପଲବ୍ଧ ହେବ।୨ଟି ୱେବ୍‌ସାଇଟ୍‌ bseodisha.ac.in ଓ bseodisha.nic.in।  SMS ମାଧ୍ୟମରେ ବି ପରୀକ୍ଷାଫଳ ପାଇପାରିବେ ପରୀକ୍ଷାର୍ଥୀ। OR01 <Space> Roll No ଲେଖି 5676750କୁ SMS ପଠାଇବାକୁ ହେବ।

ମୋଟ ୮ ଲକ୍ଷ ୭୪ ହଜାର ୧୨୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୬୨ ହଜାର ୧୦ ଜଣ ଛାତ୍ରଛାତ୍ରୀ ପାସ ହୋଇଥିବା ବେଳେ ୭ ହଜାର ୭୦୩ ଜଣ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି ।

A1 ଗ୍ରେଡ୍‌ରେ  ୨୬୫୬ ଛାତ୍ରଛାତ୍ରୀ,   A2 ଗ୍ରେଡ୍‌ରେ ୨୨ ହଜାର ୧୩୧ ଜଣ, B1 ଗ୍ରେଡ୍‌ରେ  ୫୨ ହଜାର ୨୯୯ ଛାତ୍ରଛାତ୍ରୀ , B2 ଗ୍ରେଡ୍‌ରେ  ୯୪ ହଜାର ୪୭୫ ଛାତ୍ରଛାତ୍ରୀ ପାସ୍ କରିଥିବା ସୂଚନା ରହିଛି।