ଏହିପରି ଏକ ଗ୍ରହ ରହିଛି ଯାହାର ଉପଗ୍ରହରେ ପୃଥିବୀ ଭଳି ବସବାସ ସ୍ଥାପନ ସମ୍ଭବ ! ଆସନ୍ତୁ ଜାଣିବା ଏହା ବିଷୟରେ

ଆମ ସୌରମଣ୍ଡଳ ଆଠଟି ଗ୍ରହକୁ ନେଇ ଗଠନ ହୋଇଛି । କିନ୍ତୁ ସବୁ ଗ୍ରହ ମଧ୍ୟରୁ କେବଳ ପୃଥିବୀରେ ହିଂ ସଫଳ ଭାବେ ବସବାସ ସ୍ଥାପନ ହୋଇପାରିଛି । ସେହିପରି ବୈଜ୍ଞାନିକମାନେ ମଧ୍ୟ ଏହା ଖୋଜିବାରେ ଲାଗିପଡ଼ିଛନ୍ତି ଯେ ପୃଥିବୀ ଭଳି ଆଉ କେଉଁଠାରେ ବସବାସ ସ୍ଥାପନ କରାଯାଇପାରିବ । ଏଥି ପାଇଁ ରାତି ଦିନ ଅନୁସନ୍ଧାନ ଜାରି ରହିଛି । କିନ୍ତୁ ଏମିତି ଗ୍ରହ ରହିଛି ଯାହାର ଉପଗ୍ରହରେ ବସବାସ ସ୍ଥାପନ କରିବା ସମ୍ଭବ ବୋଲି ଦାବି କରାଯାଇଛି । ସୌରମଣ୍ଡଳ ର ଆଠଟି ଗ୍ରହ ମଧ୍ୟରୁ ଶନି ଗ୍ରହ ଦେଖିବାକୁ ସମସ୍ତଙ୍କ ଠାରୁ ଅନ୍ୟତମ । ଶନି ଗ୍ରହର ମଧ୍ୟ ପୃଥିବୀ ଭଳି ଉପଗ୍ରହ ରହିଛି । ଶନି ଗ୍ରହର ସବୁଠୁ ବଡ ଉପଗ୍ରହ ଟାଇଟନ ରେ ବସବାସ ସ୍ଥାପନ ସମ୍ଭବ ବୋଲି ବୈଜ୍ଞାନିକ ମାନେ ଆଶଙ୍କା ରଖିଛନ୍ତି । ସେଠାରେ ଲୋକମାନେ ରହିବା ପାଇଁ ଓ ବସବାସ ସ୍ଥାପନ ପାଇଁ ଅନୁକୂଳ ପରିବେଶ ରହିଛି ବୋଲି ଗବେଷଣାରୁ ଜଣାପଡିଛି । ଆସନ୍ତୁ ସେହି ଉପଗ୍ରହ ବିଷୟରେ ଜାଣିବା …

୧୯୮୦ ମସିହାରେ ଶନି ଗ୍ରହ ବିଷୟରେ ଜାଣିବା ପାଇଁ ଏକ ସାଟେଲାଇଟ ପଠା ଯାଇଥିଲା । ଶନି ଗ୍ରହ ଚାରିପଟେ ଥିବା ବଳୟ ଯୋଗୁ ଏହା ଅନ୍ୟ ଗ୍ରହ ଠାରୁ ଭିନ୍ନ ଦେଖା ଯାଇଥାଏ । ଯେତେବେଳେ ଶନି ଗ୍ରହ ଉପରେ ଅନୁସନ୍ଧାନ ଆରମ୍ଭ ହୋଇଥିଲା ସେତେବେଳ ତାର ଉପଗ୍ରହ ଟାଇଟନ ବିଷୟରେ ଜଣାପଡିଥିଲା । ଏହାସହ ଟାଇଟନ ର ବାୟୁମଣ୍ଡଳ ଉପରେ ଅନୁସନ୍ଧାନ କରାଯାଇଥିଲା । ଏହାର ବାୟୁମଣ୍ଡଳ ବହୁତୁ ମୋଟା ଥିଲା । ଏହାପରେ ଆମେରିକୀୟ ଗବେଷଣା ସଂସ୍ଥା ନାସା ଶନି ଗ୍ରହର ଉପଗ୍ରହ ଟାଇଟନ ବିଷୟରେ ଜାଣିବା ପାଇଁ ନାସା ସାଟେଲାଇଟ ଉତକ୍ଷେପଣ କରିଥିଲା ।

ଶନି ଗ୍ରହରେ ଥିବା ବଳୟ ସାତ ଲେୟାର ବିଶିଷ୍ଟ । ସବୁ ଲେୟାର ଅଲଗା ଅଲଗା ପଦାର୍ଥରେ ପ୍ରସ୍ତୁତ ରହିଛି । ଏହି ଗ୍ରହର ସବୁଠୁ ବଡ ଉପଗ୍ରହ ଟାଇଟନ ଯାହା ବୁଧ ଓ ପ୍ଲୁଟୋ ଗ୍ରହ ଠାରୁ ଆକାରରେ ବହୁତୁ ବଡ । ପୃଥିବୀ ଓ ଶୁକ୍ର ଗ୍ରହ ପରେ ଏହା ଏକ ଉପଗ୍ରହ ଯେଉଁ ଠାରେ ମୋଟା ବାୟୁମଣ୍ଡଳ ରହିଛି । ଯଦି ଏହା ଶନି ଗ୍ରହ ର ଅରବିଟ ଚାରିପଟେ ନଘୁରି ସୂର୍ଯ୍ୟଙ୍କ ଚାରିପଟେ ବୁଲି ଥାନ୍ତା ଏହାକୁ ମଧ୍ୟ ଏକ ଗ୍ରହ କୁହା ଯାଇ ପାରିଥାନ୍ତା । ଏହା ଏପରି ଏକ ଉପଗ୍ରହ ଯାହା ଗ୍ରହ ପରି କିନ୍ତୁ ଉପଗ୍ରହ ବୋଲି କୁହାଯାଉଛି । ବୃହସ୍ପତି ଗ୍ରହର ଉପଗ୍ରହ ଗାନିମେଡ଼ ପରେ ସୌରମଣ୍ଡଳ ର ଦ୍ୱତୀୟ ବଡ ଉପଗ୍ରହ ହେଉଛି ଟାଇଟନ । ସେହିପରି ପୃଥିବୀର ଚନ୍ଦ୍ର କୁ ଦେଖିଲେ ଟାଇଟନ ପଚାଶ ପ୍ରତିଶତ ବଡ ।

ଶନି ଗ୍ରହ ବିଷୟରେ ଯେତେବେଳେ ଜାଣିବା ପାଇଁ କେଶିନୀ ହୁଏଗେନ୍ସ ସାଟେଲାଇଟ କୁ ଛଡାଯାଇଥିଲା । କିନ୍ତୁ ଟାଇଟନ କୁ ଖୋଜି ବାହାର କରିଥିଲା ହୁଏଗେନ୍ସ । ଏହାସହ ସେଠାରେ ଥିବା ବାୟୁମଣ୍ଡଳ ସମ୍ପର୍କରେ ତଥ୍ୟ ଦେଇଥିଲା । କେଶିନୀ ହୁଏଗେନ୍ସ ନାସା ଦ୍ୱାରା ପ୍ରସ୍ତୁତ ଏକ ରୋବଟିକ ସ୍ପେସ ଯାହା ଦ୍ୱାରା ଟାଇଟନ ବିଷୟରେ ଜାଣିବାକୁ ମିଳିଥିଲା । ଏହାପରେ କେଶିନୀ ଶନି ଗ୍ରହ ଅରବିଟରେ ରହି ଟାଇଟନ ର ବାୟୁମଣ୍ଡଳ ର ଫୋଟୋ ଉଠାଉଥିଲା । ସେତେବେଳେ ଲାଣ୍ଡର ହୁଏଗେନ୍ସ ଟାଇଟନ ଉପଗ୍ରହକୁ ପଠାଯାଇଥିଲା । ଯେତେବେଳେ ସେ ଟାଇଟନର ବାୟୁମଣ୍ଡଳରେ ପ୍ରବେଶ କରିଲା ସେଠାରେ ମାଧ୍ୟାକର୍ଷଣ ଶକ୍ତି ବହୁତୁ କମ ବୋଲି ଜଣାପଡିଥିଲା । ବାୟୁମଣ୍ଡଳ ରେ ଧୀରେ ଧୀରେ ପ୍ରବେଶ କରିବା ପରେ ସେଠାରେ ପର୍ବତ ଭଳି ଦେଖିବାକୁ ମିଳିଥିଲା । ସେହିପରି ପାଣି ଥିବା ଭଳି ମଧ୍ୟ ଜଣାପଡିଥିଲା । କିନ୍ତୁ ଆଶ୍ଚର୍ଯ୍ୟକର କଥା ଏହା ଯେ ଯେଉଁଠାରେ ତାପମାତ୍ରା -୧୭୯ ଡ଼ିଗ୍ରୀ ସେଲସିଅସ ତାପମାତ୍ରା ରହିଛି ସେଠାରେ କିପରି ପାଣି ତରଳ ଆକାରରେ ନଦୀ ଓ ସମୁଦ୍ର ଥିଲା ।

ଟାଇଟନର ବାୟୁମଣ୍ଡଳ ୯୮.୪ ପ୍ରତିଶତ ନାଇଟ୍ରୋଜେନ ଗ୍ୟାସ , ୧.୪ ମିଥେନ , ୦.୧ ହାଇଡ୍ରୋଜେନ ଗ୍ୟାସ ରେ ଭର୍ତି ଥିଲା । ପୃଥିବୀ ପରେ ଟାଇଟନ ରେ ନାଇଟ୍ରୋଜେନ ଥିବା ବାୟୁମଣ୍ଡଳ ରହିଥିଲା । ପରନ୍ତୁ ବୈଜ୍ଞାନିକଙ୍କ ମନରେ ଏହା ପ୍ରଶ୍ନ ଉଙ୍କି ମାରୁଥିଲା ଯେ ସେଠାକର ବାୟୁମଣ୍ଡଳ ଏତେ ଥଣ୍ଡା ହେବା ପରେ ମଧ୍ୟ ସେଠାରେ ପାଣି କିପରି ତରଳ ଭାବେ ରହୁଥିଲା । ସେଠାରେ ଥିବା ନଦୀ ଓ ସମୁଦ୍ର ତରଳ ଆକାରରେ ଥିବା ତାହା ପାଣି ନୁହେଁ ବରଂ ମିଥେନ ଥିଲା । ଟାଇଟନ ଏପରି ଏକ ଉପଗ୍ରହ ଥିଲା ଯାହା ସେଠାରେ ଥିଲା ଠିକ ଆମ ପୃଥିବୀ ଭଳି ଦେଖା ଯାଉଥିଲା । ସେଠାରେ ନଦୀ ସମୁଦ୍ର ରହିଛି କିନ୍ତୁ ଏହା ପୃଥିବୀ ଠାରୁ ପୁରା ଅଲଗା ଥିଲା । ଏହା ସବୁଠୁ ପୁରା ଅଲଗା ଦୁନିଆ ଥିଲା । ଏହା ପୃଥିବୀ ଭଳି ପର୍ବତ, ନଦୀ, ପୋଖରୀ ଓ ସମୁଦ୍ର ଥିଲା । କିନ୍ତୁ ଏହା ସମ୍ପୂର୍ଣ ଅଲଗା ଥିଲା । ଟାଇଟନର ଭୁପୃଷ୍ଠ ବରଫରେ ଛାଇ ହୋଇ ରହିଥିଲା । ସେଠି ଯାହା ବି ଥିଲା ସବୁ ବରଫରେ ବନିଥିଲା। କିନ୍ତୁ ସବୁ ତରଳ ଆକାରରେ ଯାହା ଥିଲା ସେସବୁ ମିଥେନ ଥିଲା । ତେଣୁ ବୈଜ୍ଞାନିକ ଙ୍କ ଅନୁସନ୍ଧାନ କରିବା ପରେ ସେହି ନଦୀ ସମୂଦ୍ରରରେ କିଛି ବ୍ୟାକ୍ଟେରିଆ ଜନ୍ମ ନେଇଥିବା ଯାହାର ଗଠନ ପୃଥିବି ଠାରୁ ଅଲଗା ଥିବ ଆଶଙ୍କା କରାଯାଉଥିଲା । ସେଠାରେ ଜୀବନ ସମ୍ଭବ କିନ୍ତୁ ପୃଥିବୀ ଠାରୁ ପୁରା ଅଲଗା ହେବ ସେଠାରେ ଏଲିଏନ ଭଳି କିଛି ରହିବ ସମ୍ଭବ ବୋଲି ବୈଜ୍ଞାନିକ ମାନେ କହଛନ୍ତି ।