ଓମ୍‌ଫେଡ ଦୁଗ୍ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

ଭୁବନେଶ୍ୱର, ୨୪/୬: ରାଜ୍ୟରେ କୋଭିଡ ସଂକ୍ରମଣ ବଢିବାରୁ ପ୍ରାୟ ସବୁ ବର୍ଗର ଲୋକ ଅସୁବିଧା ସମ୍ମୁଖୀନ କରିଛନ୍ତି। ଏହାରିମଧ୍ୟରେ ଓମ୍‌ଫେଡ ଦୁଗ୍ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ଘୋଷଣା କରିଛନ୍ତି। ଗୋଖାଦ୍ୟ ଖର୍ଚ୍ଚ ବାବଦକୁ ମିଳିବ ୬୦୦୦ ଟଙ୍କା ଯାଏ ସହାୟତା। ଏହି ସହାୟତା ଫଳରେ  କୋଭିଡରେ କ୍ଷତିଗ୍ରସ୍ତ ହୋଇଥିବା ୧ ଲକ୍ଷ ୨୦ ହଜାର  ଦୁଗ୍ଧ ଚାଷୀ ଉପକୃତ ହେବେ। ସହାୟତା ପାଇଁ ରାଜ୍ୟ ସରକାର ୧୧ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ସୂଚନା ରହିଛି।