କିପରି କରିବେ ମିକ୍ସ ଭେଜ, ଜାଣନ୍ତୁ ପ୍ରୋସେସ

ଆବଶ୍ୟକ ସାମଗ୍ରୀ
ଗାଜର, ଫୁଲକୋବି, ବିନ, ଆଳୁ, କ୍ୟାପ୍ସିକମ, ଗ୍ରୀନ ମଟର, ବେବିକର୍ଣ୍ଣ, ପନିର, କଞ୍ଚା ଲଙ୍କା, ଜୀରା, ଗୋଲମରିଚ, ଗୁଜୁରାତି, ଲବଙ୍ଗ, ଡାଲଚିନି, କସ୍ତୁରୀମେଥି, କାଜୁ ପେଷ୍ଟ, ଟମାଟୋ, ପିଆଜ, ଅଦା, ରସୁଣ, ଫାଳ କାଜୁ, ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସଲା, ତେଲ, ଲୁଣ
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମ ପର୍ଯ୍ୟାୟରେ ସବୁ ପରିବା ଗାଜର, ଫୁଲକୋବି, ବିନ, ଆଳୁ, କ୍ୟାପ୍ସିକମ,ବେବିକର୍ଣ୍ଣକୁ ମିଡ଼ିଅମ ସାଇଜର କାଟି ରଖନ୍ତୁ । ପନିରକୁ ମଧ୍ୟ ଚାରିକେଣିଆ କରି କାଟି ରଖନ୍ତୁ । ସେହିପରି ଟମାଟୋ ଓ ପିଆଜକୁ ସରୁ ସରୁ କରି କାଟି ରଖନ୍ତୁ । ଦ୍ୱିତୀୟ ପର୍ଯ୍ୟାୟରେ ଗ୍ୟାସ ଅନ କରି ଏକ ପ୍ୟାନ ବସାନ୍ତୁ । ପ୍ୟାନ ଗରମ ହେବା ପରେ ତେଲ ପକାନ୍ତୁ । ତେଲ ଗରମ ହେବାପରେ ରସୁଣ, ଅଦା, ଫାଳ କାଜୁକୁ ପକେଇ ୧ମିନିଟ ଭାଜନ୍ତୁ । ତାପରେ ରଖିଥିବା କଟା ପିଆଜ ଓ ଟମାଟୋରେ ଟିକେ ଲୁଣ ପକେଇ ଭାଜନ୍ତୁ । ତାପରେ ଏକ ଘୋଡ଼ଣୀ ସାହାଯ୍ୟରେ ୧ମିନିଟ ଘୋଡ଼େଇ ରଖନ୍ତୁ । ଏହାକୁ ଅଳ୍ପ ଭାଜନ୍ତୁ । ତାପରେ ଗ୍ୟାସ ଅଫ କରି ଏକ ପାତ୍ରକୁ କାଢ଼ି ଥଣ୍ଡା ହେବକୁ ଛାଡ଼ି ଦିଅନ୍ତୁ । ଥଣ୍ଡା ହେବା ପରେ ଗ୍ରାଇଣ୍ଡର ମାଧ୍ୟମରେ ତାକୁ ବାଟି ଦିଅନ୍ତୁ । ତାପରେ ସବୁ ପରିବାକୁ ଭାଜନ୍ତୁ । ସେହିପରି ଗ୍ୟାସ ଅନକରି ଏକ ପ୍ୟାନ ବସାନ୍ତୁ । ପ୍ୟାନ ଗରମ ହେବା ପରେ ସେଥିରେ ତେଲ ପକାନ୍ତୁ । ତେଲ ଗରମ ହେବା ପରେ ସବୁ ପରିବାକୁ ପକାନ୍ତୁ । ଗାଜର, ବିନ, ଆଳୁ, ବବେିକର୍ଣ୍ଣ, ଫୁଲକୋବି ପକାଇ ଭାଜନ୍ତୁ । ୨ରୁ ୩ମିନିଟ ଭାଜିବା ପରେ ସେଥିରେ କ୍ୟାପ୍ସକମ, ଗ୍ରୀନମଟର ଓ ସେଥିରେ ଅଳ୍ପ ଲୁଣ ପକାଇ ପୁଣି ୨ମିନିଟ ଭାଜନ୍ତୁ । ତାପରେ ଏକ ପାତ୍ରକୁ କାଢ଼ି ଦିଅନ୍ତୁ । ସେଥିରେ ରଖିଥିବା ପନିରକୁ ପକାଇ ଭାଜନ୍ତୁ । ପନିର ଟିକେ ହାଲକା ବାଦାମୀ ରଙ୍ଗ ହୋଇଗଲା ପରେ ଏକ ପାତ୍ରକୁ କାଢ଼ି ଦିଅନ୍ତୁ । ତୃତୀୟ ପର୍ଯ୍ୟାୟରେ ଗ୍ୟାସ ଅନକରି ଏକ ପ୍ୟାନ ବସାନ୍ତୁ ପ୍ୟାନ ଗରମ ହେବା ପରେ ରଖିଥିବା ଜୀରା, ଡ଼ାଲଚିନି, ଗୁଜୁରାତି, ଲବଙ୍ଗ, ଗୋଲମରିଚକୁ ପକାନ୍ତୁ । ତାପରେ ସେଥିରେ ଗୋଟେ କଞ୍ଚା ଲଙ୍କ ଫାଳ କରି ପକାନ୍ତୁ । ତରକାରିର କଲର ଭଲ ଆସିବା ପାଇଁ ସେଥିରେ ହଳଦୀଗୁଣ୍ଡ ଓ ଲଙ୍କାଗୁଣ୍ଡ ପକାନ୍ତୁ । ତାପରେ ବାଟି ରଖିଥିବା ମସଲାକୁ ପକାନ୍ତୁ । ତାପରେ ତାକୁ ଭଲସେ ଭାଜନ୍ତୁ । ୪ରୁ୫ମିନିଟ ଭାଜିବା ପରେ ଜୀରା ଗୁଣ୍ଡ ଓ ଆବଶ୍ୟକ ଅନୁଯାୟୀ ଲୁଣ ପକାନ୍ତୁ । ତାପରେ ପନିରକୁ ଛାଡ଼ି ସବୁ ପରିବାକୁ ପକାଇ ଭଲ ସେ ଗୋଳାନ୍ତୁ । ତାପରେ ପାଣି ଦିଅନ୍ତୁ । ପାଣି ଦେବା ପରେ ପରିବା ଟିକେ ସିଝି ଆସିଗଲେ ପନିରକୁ ପକାନ୍ତୁ । ପନିର ପକାଇବା ପରେ ଭଲ ସେ ଗୋଳାନ୍ତୁ । ସେଥିରେ କସ୍ତୁରୀ ମେଥି ଓ କାଜୁ ପେଷ୍ଟ ପକାଇ ଭଲ ସେ ଗୋଳାନ୍ତୁ । ଏଥିରେ ବେସି ଝୋଳ ରଖନ୍ତୁ ନାହିଁ । ତାପରେ ତରକାରି ଟିକେ ଫୁଟିଗଲାପରେ ଏକ ପାତ୍ରକୁ କାଢ଼ି ଗରମା ଗରମ ମିକ୍ସ ଭେଜ ପରସନ୍ତୁ ।