ଚଳିତ ବର୍ଷ ନବମ,ଦଶମ ଶ୍ରେଣୀ ପିଲାଙ୍କ ପାଇଁ କମିବ ୩୦%  ସିଲାବସ୍

ଭୁବନେଶ୍ୱର, ୨୩/୬: ରାଜ୍ୟରେ ଦେଢ଼ ବର୍ଷ ହେବ କରୋନା ଆତଙ୍କ ଯୋଗୁ ସ୍କୁଲ, କଲେଜ ସବୁ ବନ୍ଦ ରହିଛି। ତେଣୁ ଛାତ୍ରଛାତ୍ରୀ ଙ୍କ ପାଠ ପଢା ଉପରେ ବେଶ ପ୍ରଭାବ ପକାଇଛି। ତେଣୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ନବମ,ଦଶମ ଶ୍ରେଣୀ ପିଲାଙ୍କ ପାଇଁ ୩୦%  ସିଲାବସ୍  କମେଇ ଦିଆଯିବ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।