କିପରି କଟିବ ଆଜି ଆପଣଙ୍କ ଦିନ: ୨୩/୦୬/୨୦୨୧

ମେଷ: ଆଜି ଆପଣଙ୍କୁ ବହୁତ ସାବଧାନ ରହୁବାକୁ ହେବ। ଆପଣଙ୍କର କୌଣସି ବିରୋଧୀ ଆପଣଙ୍କୁ ଦ୍ୱନ୍ଦରେ ପକାଇପାରନ୍ତି।ବିପଦପୂର୍ଣ୍ଣ କାର୍ଯ୍ୟ କରନ୍ତୁ ନାହିଁ। ଅତ୍ୟଧିକ କାର୍ଯ୍ୟ ଚାପ ଯୋଗୁଁ କ୍ରୋଧିତ ହେବେ।

ବୃଷ:ଗାଡି ଚଲାଇବା ସମୟରେ ଅସାବଧାନତା ହୁଅନ୍ତୁ ନାହିଁ। ବିବାଦ ଭିତରକୁ ଯିବା ଠାରୁ ଦୂରେଇ ରୁହନ୍ତୁ। ସାଙ୍ଗମାନଙ୍କ ସହିତ ସମୟ ବିତାଇବାକୁ ସମର୍ଥ ହେବେ। ଦିନଟି ସୁଖଦ ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ରହିବ।

ମିଥୁନ:ଆଜି ଆପଣ ବ୍ୟବସାୟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବାକୁ ସମର୍ଥ ହେବେ। ଅଂଶୀଦାରମାନଙ୍କ ଆଚରଣ ଉପରେ ନଜର ରଖନ୍ତୁ। କୌଣସି ଅପରିଚିତ ବ୍ୟକ୍ତିଙ୍କୁ ବିଶ୍ୱାସ କରନ୍ତୁ ନାହିଁ। କାରବାର କରିବା ସମୟରେ ବହୁତ ସତର୍କ ରୁହନ୍ତୁ। ଛାତ୍ରମାନଙ୍କୁ ଅଧିକ ଅଧ୍ୟୟନ କରିବାକୁ ପଡିବ।

କର୍କଟ:ଆଜି ପୁରୁଣା ମିତ୍ରଙ୍କ ସହିତ ସାକ୍ଷାତ ହେବ।ସମ୍ପର୍କୀୟଙ୍କ ଠାରୁ ଖୁସି ଖବର ମିଳିପାରେ।ଆପଣ ନିଜ ଜୀବନସାଥୀଙ୍କ ଆଚରଣରେ ଏକ ପରିବର୍ତ୍ତନ ଅନୁଭବ କରିବେ। ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ।

ସିଂହ:ଆର୍ଥିକ ସ୍ଥିତି ଭଲ ରହିବ। ନୂତନ କାର୍ଯ୍ୟରେ ଆପଣଙ୍କୁ ଲାଭ ହେବ। ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବ। ଅଳସୁଆ ହୁଅନ୍ତୁ ନାହିଁ।କାର୍ଯ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।

କନ୍ୟା: ଆଜି ସମ୍ପର୍କୀୟଙ୍କ ସହ ସାକ୍ଷାତ ହେବାର ସମ୍ଭାବନା ଅଛି। ଅଫିସ ପରିବେଶ ଭଲ ରହିବ। ବ୍ୟବସାୟ ଅନୁକୂଳ ହେବ। ଧାର୍ମିକ କାର୍ଯ୍ୟକଳାପରେ ଆଗ୍ରହ ରହିବ। ପ୍ରଭୁଙ୍କୁ ପୂଜା କରିବେ। ଜୀବନସାଥୀଙ୍କ ସହିତ ମଧୁରତା ରହିବ।

ତୁଳା:ଆଜି ସମସ୍ତ ଦାୟିତ୍ୱ ପୂରଣ କରିବାକୁ ଚେଷ୍ଟା କରନ୍ତୁ। ମାତା ପିତାଙ୍କ ଆଶୀର୍ବାଦ ମିଳିବ। ମିତ୍ରଙ୍କ ସହିତ ଯାତ୍ରା କରିପାରନ୍ତି। ସମ୍ପର୍କୀୟଙ୍କ ସହିତ ସାକ୍ଷତ ହେବ। ଆଜି ପାର୍ଟି ଦେଇପାରନ୍ତି। ଧନଲାଭ ହେବାର ସମ୍ଭାବନା ରହିଛି।

ବିଛା:ଆଜିର ଦିନ ଚାପରେ ବ୍ୟତୀତ ହେବ। ବ୍ୟବହାରରେ ବିରକ୍ତକର ଦେଖାଦେବ। ନିଜର କ୍ରୋଧକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତୁ। ଆପଣ କିଛି କାମରେ କ୍ଷତି ସହିବାର ସମ୍ଭାବନା ଅଛି। ବଡ଼ ମାନଙ୍କ ଉପଦେଶ ଉପଯୋଗୀ ହେବ। ଆଜି ଯୁବକମାନେ କ୍ୟାରିୟର ସମ୍ବନ୍ଧୀୟ ସଫଳତା ପାଇପାରିବେ।

ଧନୁ:ଆଜିର ଦିନ ସୁନ୍ଦର ରହିବ।ନୂତନ କାର୍ଯ୍ୟ ଆପଣଙ୍କୁ ଲାଭ ଦେବ। ବିପଦପୂର୍ଣ୍ଣ କାର୍ଯ୍ୟ କରିବା ଠାରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଆପଣ ନିଜର ନିତ୍ୟକର୍ମରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରନ୍ତୁ। ଆପଣଙ୍କର ଆର୍ଥିକ ଅବସ୍ଥା ଭଲ ହେବ।

ମକର:ଆଜି ଆପଣ ବହୁତ ଖୁସି ହେବେ। ଆପଣ ସନ୍ତାନ ପାର୍ଶ୍ୱରୁ ଭଲ ଖବର ପାଇପାରିବେ। ଆପଣଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବାକୁ ପଡିବ। ବିପଦ ଜନକ କାର୍ଯ୍ୟ କରିବା ସମୟରେ ଅତ୍ୟଧିକ ସତର୍କତା ବ୍ୟବହାର କରନ୍ତୁ। ଯୁବକମାନେ ଉପକୃତ ହେବେ।

କୁମ୍ଭ:ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଆର୍ଥିକ ଅବସ୍ଥା ଖରାପ ହୋଇପାରେ। ବଜେଟ ପ୍ରଭାବିତ ହୋଇପାରେ। ବୃଦ୍ଧମାନଙ୍କର ଯତ୍ନ ନିଅନ୍ତୁ। ଆଜି ଆପଣଙ୍କୁ ଋଣ ରାଶି ପୁନରୁଦ୍ଧାର ପାଇଁ ବହୁତ ଅସୁବିଧା ହେବ।

ମୀନ:ଆଜି ଆପଣ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ସକ୍ଷମ ହେବେ।ପରିବାର ସଦସ୍ୟମାନଙ୍କର ସହାୟତା ପାଇବେ। ଅପରିଚିତ ବ୍ୟକ୍ତିଙ୍କ କଥା ଉପରେ ବିଶ୍ୱାସ କରନ୍ତୁ ନାହିଁ। ନିଜ ଇଚ୍ଛା ଅନୁସାରେ କାର୍ଯ୍ୟ କରନ୍ତୁ।