ଆସନ୍ତାକାଲି ସକାଳ ସୁଦ୍ଧା ୧୯ ଜିଲ୍ଲାକୁ ପ୍ରବଳ ବର୍ଷା ଓ ବଜ୍ରପାତ ଆଶଙ୍କା

ଭୁବନେଶ୍ୱର, ୨୨/୬: ସାରା ରାଜ୍ୟରେ ଛୁଇଁ ସାରିଛି ମୌସୁମୀ। ତେଣୁ ଏହା ପ୍ରଭାବରେ ବର୍ଷା ମଧ୍ୟ ହେଉଛି। ଏହାରିମଧ୍ୟରେ ଆସନ୍ତାକାଲି ସକାଳ ସୁଦ୍ଧା ୧୯ ଜିଲ୍ଲାକୁ ପ୍ରବଳ ବର୍ଷା ଓ ବଜ୍ରପାତ ଆଶଙ୍କା ରହିଥି ବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ୧୯ ଜିଲ୍ଲା ଗୁଡିକ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁର। ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ଓ ବଜ୍ରପାତ ଆଶଙ୍କା ରହିଛି।