ଜାରି ହେଲା ଅନଲକ ୬.୦: ଜାଣନ୍ତୁ କଣ ରହିବ ଖୋଲା ଓ ବନ୍ଦ

ନୂଆଦିଲ୍ଲୀ, ୨୭/୧୦: ଆଜି ଦେଶରେ ଅନଲକ ୬.୦ ଲାଗୁ ହୋଇଛି। ଅନଲକ ୬ ଅନୁସାରେ ଦେଶରେ ଆଉ ମାସେ କରୋନା କଟକଣାର ଅବଧି ବଢିଛି।  ନଭେମ୍ବର ୩୦ ଯାଏ କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଜାରି ରହିବ ଲକ୍‌ଡାଉନ । କଣ୍ଟେନ୍‌ମେଣ୍ଟ ଜୋନ୍‌ର ସୀମା ନିର୍ଦ୍ଧାରଣ କରିବ ଜିଲ୍ଲା ପ୍ରଶାସନ ।କଣ୍ଟେନ୍‌ମେଣ୍ଟ ଜୋନ ବାହାରେ ଅନ୍ୟ ସ୍ଥାନୀୟ କଟକଣା ଜାରି କରାଯିବନି । କେବଳ ଅତ୍ୟାବଶ୍ୟକ ସେବାକୁ ଛାଡ଼ି ଅନ୍ୟ ସମସ୍ତ କାର୍ଯ୍ୟ  ବନ୍ଦ ରହିବ ।

ସେହିପରି ସେପ୍ଟେମ୍ବର ୩୦ରେ ଜାରି କଟକଣା ନଭେମ୍ବର ୩୦ ଯାଏ ବଳବତ୍ତର ରହିବ । ଯେମିତିକି ସାମାଜିକ, ରାଜନୈତିକ, ଧାର୍ମିକ ଓ ସାଂସ୍କୃତିକ ସଭା ହୋଇପାରିବ । କିନ୍ତୁ କୌଣସି ପରିସ୍ଥିତିରେ ୨ ଶହରୁ ଅଧିକ ଲୋକ ଏକାଠି ହୋଇପାରିବେନି । ସବୁ ସ୍ଥାନରେ କୋରୋନା ନିୟମ ମାନିବା ବାଧ୍ୟତାମୂଳକ  ହେବ। ସମସ୍ତ ପରିସ୍ଥିତିକୁ ଦେଖି ରାଜ୍ୟ ସରକାର ସ୍କୁଲ ଖୋଲିବା ନିଷ୍ପତ୍ତି ନେଇପାରିବେ ।