କରୋନା ଆତଙ୍କ: ଅମରନାଥ ଯାତ୍ରା ବାତିଲ

ନୂଆଦିଲ୍ଲୀ, ୨୧/୬:ଦେଶରେ କରୋନା ସଂକ୍ରମଣ ଏବେ ସୁଦ୍ଧା ମଧ୍ୟ କମିନି। ତେଣୁ ସବୁ ସ୍ଥିତି କୁ ଦୃଷ୍ଟିରେ ରଖି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି। ତେଣୁ କ୍ରମାଗତ ଦ୍ବିତୀୟ ବର୍ଷ ପାଇଁ ଅମରନାଥ ଯାତ୍ରା ବାତିଲ ହୋଇଛି। କୋଭିଡ କଟକଣା ଯୋଗୁଁ ଅମରନାଥ ଯାତ୍ରା ବାତିଲ କରାଯାଇଛି। ଭକ୍ତଙ୍କ ପାଇଁ କେବଳ ଅନ୍‌ଲାଇନରେ ଆଳତି  ଉପଲବ୍ଧ ହେବ।