ଆମ ଦେଶରେ ବି ଆସିପାରେ ତୃତୀୟ ଲହର

ଭୁବନେଶ୍ୱର, ୨୧/୬: ଦେଶରେ ଏବେ ବି କରୋନା ସଂକ୍ରମଣ ଙ୍କ ସଂଖ୍ୟା କମିନି। ପୁଣି ଅନେକ ଦେଶରେ କରୋନାର ତୃତୀୟ ଲହର ଦେଖା ଦେଲାଣି। ଏହାରିମଧ୍ୟରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ ଆମ ଦେଶରେ ବି ଆସିପାରେ ତୃତୀୟ ଲହର। ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ତୃତୀୟ ଲହର ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ରହିବା ଦରକାର । ଡେଲଟା ପ୍ଳସ ଭେରିଆଂଟ ଆମ ଦେଶରେ ମାତ୍ର ୭ଟି ଚିହ୍ନଟ ହୋଇଛି । ତାଙ୍କୁ ଚିହ୍ନଟ କରି ଆଇସୋଲେଟ କରାଯାଇଛି ।