ତାମିଲନାଡୁରେ ବଢ଼ିଲା ଲକ୍‌ଡାଉନ ଅବଧି

ନୂଆଦିଲ୍ଲୀ, ୨୦/୬: ଦେଶରେ ଏବେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା କମିନି। ତେଣୁ ଏବେ ବି ବିପଦ ଟଳିନି ଓ ଆଗକୁ ତୃତୀୟ ଲହରି ମଧ୍ୟ ଆସୁଛି। ସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ତାମିଲନାଡୁରେ ଲକ୍‌ଡାଉନ ଅବଧିକୁ ବୃଦ୍ଧି କରାଯାଇଛି। ଜୁନ ୨୮ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଲକ୍‌ଡାଉନ ଅବଧିକୁ ବୃଦ୍ଧି କରିଛନ୍ତି ତାମିଲନାଡୁ ସରକାର । ୨୭ଟି ଜିଲ୍ଲାରେ କଟକଣାକୁ କୋହଳ କରାଯାଇଛି । ଗ୍ରୋସୋରୀ, ଫଳ ଓ ମାଂସ ଦୋକାନ ସକାଳ ୬ରୁ ସନ୍ଧ୍ୟା ୭ ଯାଏଁ ଖୋଲା ରହିବ । ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଚେନ୍ନାଇ ମେଟ୍ରୋ ଚାଲିବ ବୋଲି ସୂଚନା ମିଳିଛି।