ରାଜ୍ୟରେ ଆଜି ୨୦୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୨୭।୧୦(ଦି ପ୍ରଗତି ନ୍ୟୁଜ୍): ରାଜ୍ୟରେ ଦ୍ରୁତ ଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲୁଥିବା ବେଳେ ଖୁସି ଖବର ସାମ୍ନାକୁ ଆସିଛି । ଆଜି ୨୦୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୨୬୮୧୧୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨୬୯, କଟକରୁ ୧୬୪, ମୟୁରଭଞ୍ଜ ରୁ ୧୦୩, ସୁନ୍ଦରଗଡ଼ରୁ ୧୦୨, ସୋନପୁର ରୁ ୯୯, କେନ୍ଦୁଝରରୁ ୮୯, ବଲାଙ୍ଗୀର ରୁ ୮୬, ବରଗଡ଼ରୁ ୭୯, ଯାଜପୁରରୁ ୭୫, ଅନୁଗୁଳରୁ ୭୩ ଜଣ ସୁସ୍ଥ ହୋଇଛନ୍ତି ।