ଏହି ରାଜ୍ୟରେ ସମ୍ପୂର୍ଣ୍ଣ ହଟିବ ଲକ୍‌ଡାଉନ

ନୂଆଦିଲ୍ଲୀ, ୧୯/୬: ଦେଶରେ ଧୀରେ ଧୀରେ ଏବେ କରୋନା ସଂକ୍ରମଣ ସଂଖ୍ୟା କମିଛି।  ତେବେ ଏହାରି ମଧ୍ୟରେ ଜୁନ ୨୦ରୁ ତେଲଙ୍ଗାନାରେ ସମ୍ପୂର୍ଣ୍ଣ  ଲକ୍‌ଡାଉନ ଉଠିବ ବୋଲି ସୂଚନା ମିଳିଛି। ଏହାସହ ନାଇଟ୍‌ କର୍ଫ୍ୟୁ କଟକଣା ବି ରହିବ ନାହିଁ ବୋଲି ତେଲଙ୍ଗାନା ସରକାର ନିଷ୍ପତ୍ତି ନେଇଛନ୍ତି । କ ରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ତେଲଙ୍ଗାନା ସରକାର ସୂଚନା ଦେଇଛନ୍ତି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି।