ଆରପାରିରେ ଫ୍ଲାଇଂ ଶିଖ୍ ମିଲ୍‌ଖା ସିଂହ

ନୂଆଦିଲ୍ଲୀ, ୧୯/୬:ଆଜି ଫ୍ଲାଇଂ ଶିଖ୍ ମିଲ୍‌ଖା ସିଂହଙ୍କ ପରଲୋକ ଘଟିଛି। ଚଣ୍ଡୀଗଡ଼ ପିଜିଆଇରେ ମିଲ୍‌ଖାଙ୍କ ଦେହାନ୍ତ ହୋଇଛି।ତାଙ୍କୁ ମୃତ୍ୟୁ ବେଳକୁ ୯୧ ବର୍ଷ ବୟସ ହୋଇଥିଲା। ଗତ ଏକ ମାସ ଧରି କରୋନାରେ ସେ ପୀଡ଼ିତ ଥିଲେ  । ଗତ ୫ ଦିନ ତଳେ ପତ୍ନୀ ନିର୍ମଳ ସାଇନିଙ୍କ ବି ମୃତ୍ୟୁ ହୋଇଥିଲା ।

ଫ୍ଲାଇଂ ଶିଖ୍ ମିଲ୍‌ଖା ସିଂହଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ
ମିଲ୍‌ଖାଙ୍କ ସଫଳତା ଆଗାମୀ ପୀଢ଼ିର ଲକ୍ଷ ଲକ୍ଷ କ୍ରୀଡ଼ାବିତଙ୍କୁ ପ୍ରେରିତ କରିବ।  ଏହାସହ ମିଲ୍‌ଖାଙ୍କ ପରିବାର, ବନ୍ଧୁ ଓ ଶୁଭେଚ୍ଛୁମାନଙ୍କୁ ସମବେଦନା ସେ ଜଣାଇଛନ୍ତି।