ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ଦଳରେ ଦୁଇ ଓଡ଼ିଆ ସାମିଲ

ଭୁବନେଶ୍ୱର, ୧୮/୬: ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ଦଳ ଆଜି ଘୋଷଣା ହୋଇଛି। ସେହି ୧୬ ଜଣିଆ ଭାରତୀୟ ଦଳରେ ଦୁଇ ଓଡିଆଙ୍କୁ ସୁଯୋଗ ମିଳିଛି । ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଅଲିମ୍ପିକ୍ସ ଟିକେଟ୍ ମିଳିଥିବା ସୂଚନା ମିଳିଛି। ଗତକାଲି ଦୀପଗ୍ରେସ ଏକ୍କା ମହିଳା ହକି ଦଳରେ ସ୍ଥାନିତ ହୋଇଥିଲେ ।