କୋଭିଡ ନିୟମ ମାନିବାକୁ ଅପିଲ କଲେ ଡିଜିପି

ଭୁବନେଶ୍ୱର, ୧୭/୬: ରାଜ୍ୟରେ କରୋନା ସଂକ୍ରମଣ ଏବେ ଧୀରେ ଧୀରେ କମୁଛି କିନ୍ତୁ ଏବେ ବି ବିପଦ ଟଳିନି। ଏହାରି ମଧ୍ୟରେ ଆଇନ ଶୃଙ୍ଖଳା ଓ କୋଭିଡ ସ୍ଥିତି ନେଇ ପୋଲିସ ଡିଜି ଅଭୟ ଏକ  ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କୋଭିଡ ନିୟମ ମାନିବା ଓ ମାସ୍କ ପିନ୍ଧିବାକୁ ଅପିଲ କରିଛନ୍ତି । କାରଣ କୋଭିଡ ନିୟମ ଉଲ୍ଲଘଂନ ପାଇଁ ୧୬ କୋଟି ଟଙ୍କା ଜୋରିମାନା ଆଦାୟ ହୋଇଛି । ଏହାସହ କୋଭିଡ ନିୟମ ଉଲ୍ଲଘଂନ ପାଇଁ ୩୯୭୯ ଦୋକାନ ସିଲ୍ କରାଯାଇଛି ।