ଚଳିତବର୍ଷ ମଧ୍ୟ ବିନାଭକ୍ତରେ ଦେବସ୍ନାନ ପୂର୍ଣ୍ଣିମା

ପୁରୀ, ୧୬/୬: ରାଜ୍ୟରେ ଏବେ କରୋନା ସଂକ୍ରମଣ କମିଛି କିନ୍ତୁ ବିପଦ ଏବେ ବି ଟଳିନି। ତେଣୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଚଳିତବର୍ଷ ମଧ୍ୟ ବିନାଭକ୍ତରେ ହେବ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା।  ଏହାସହ ଭକ୍ତ ପାଇଁ ଜୁଲାଇ ୨୫ ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀମନ୍ଦିର । ରଥଯାତ୍ରା ପରେ ଶ୍ରୀମନ୍ଦିର ଖୋଲିବା ନେଇ ପରବର୍ତ୍ତୀ ନିଷ୍ପତ୍ତି ନିିିଆଯିବ।