ଖିମଜୀ ଫାଉଣ୍ଡେସନ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଆମ୍ବୁଲାନ୍ସ ଦାନ

ପୁରୀ, ୧୬ା୬(ଦି ପ୍ରଗତି ନ୍ୟୁଜ): ଖିମଜୀ ଫାଉଣ୍ଡେସନ ଭୁବନେଶ୍ୱର ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଏକ ଅତ୍ୟାଧୁନିକ ଆମ୍ବୁଲାନ୍ସ ଦାନ କରାଯାଇଛି । ଫାଉଣ୍ଡେସନର ମୁଖ୍ୟ ତଥା ଖିମଜୀ ଜୁଏଲର୍ସର ନିର୍ଦ୍ଦେଶକ ମିତେସ୍ ଖିମଜୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟଠାରେ ମୁଖ୍ୟ ପ୍ରଶାସକ ଡ଼ଃ କ୍ରିଷନ କୁମାରଙ୍କ ଉପସ୍ଥିତିରେ ଏହି ଆମ୍ବୁଲାନ୍ସ ପ୍ରଦାନ କରିଛନ୍ତି । କରୋନା ସମୟରେ ଏହି ଆମ୍ବୁଲାନ୍ସ ରୋଗୀଙ୍କ ସେବା ପାଇଁ ନିୟୋଜିତ ହେବ । ୨୮ଲକ୍ଷ ଟଙ୍କା ବ୍ୟୟରେ ପ୍ରଦାନ କରାଯାଇଥିବା ଏହି ଆମ୍ବୁଲାନ୍ସରେ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ଉପଲବ୍ଧ ରହିଛି । ଏହି ଆମ୍ବୁଲାନ୍ସ ଭକ୍ତ ତଥା ସେବାୟତଙ୍କ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ରହିବ ବୋଲି ମୁଖ୍ୟ ପ୍ରଶାସକ ଡ଼ଃ କ୍ରିଷନ କୁମାର କହିଛନ୍ତି । ଏହି ଅବସରରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ଖିମଜୀ ଜୁଏଲର୍ସର ଅନ୍ୟତମ ନିର୍ଦ୍ଦେଶକ ସୁମିତ ଖିମଜୀ ଉପସ୍ଥିତ ଥିଲେ ।