ପୋଲିସ-ମାଓବାଦୀ ଗୁଳି ବିନିମୟ, ୬ ମାଓବାଦୀ ନିହତ

ଭୁବନେଶ୍ୱର, ୧୬/୬: ଆଜି ଆନ୍ଧ୍ର ଓଡ଼ିଶା ସୀମାରେ ପୋଲିସ ମାଓବାଦୀ ଭିତରେ ଗୁଳି ବିନିମୟ ହୋଇଛି। ଏହି ଘଟଣାରେ ୬ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ସୁଚନା ମିଳିଛି । ବିଶାଖପାଟନମ୍ ଓ ପୂର୍ବ ଗୋଦାବରୀ ସୀମାରେ ଏନକାଉଂଟର ହୋଇଛି । ଏହାସହ ସେଠାରୁ ଏକେ -୪୭, ଏସଏଲଆର ବନ୍ଧୁକ ସମେତ ବିପୁଳ ପରିମାଣର ମାରଣାସ୍ତ୍ର ଓ ଗୁଳି ଗୋଳା ଜବତ ହୋଇଛି । ଏହାସହ ଏବେ ବି ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍ ଚାଲିଥିବା ନେଇ ବିଶାଖପାଟଣା ଗ୍ରାମାଂଚଳ ଏସପି ସୁଚନା ଦେଇଛନ୍ତି ।