ରାଜ୍ୟରେ ଆଜି ୪୪ ଜଣ କରୋନାରେ ମୃତ୍ୟୁ

ଭୁବନେଶ୍ୱର, ୧୬/୬: ରାଜ୍ୟରେ ଏଣିକି ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। ଆଜି ରାଜ୍ୟରେ ୪୪ ଜଣଙ୍କ ଜୀବନ ନେଇଛି କରୋନା । ଖୋର୍ଦ୍ଧା-୫, ଗଞ୍ଜାମ-୪, କଳାହାଣ୍ଡି-୪, ପୁରୀ-୪, କଟକ-୩, ଜଗତସିଂହପୁର-୩, ଝାରସୁଗୁଡ଼ା-୩, ରାୟଗଡ଼ା-୩, ସୁନ୍ଦରଗଡ଼-୩, ବରଗଡ଼-୨, ବୌଦ୍ଧ-୨, ମୟୂରଭଞ୍ଜ-୨, ଢେଙ୍କାନାଳ, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର,ନୂଆପଡ଼ା ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୪୩୨ କୁ ବୃଦ୍ଧି ପାଇଛି ।