ଘରେ ସହଜରେ କିପରି କରିବେ ଛତୁ ମସଲା, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳି

ଆବଶ୍ୟକ ସାମଗ୍ରୀ:
ଛତୁ, ପିଆଜ, ଅଦା, ରସୁଣ, ଡାଲଚିନି, ଗୁଜୁରାତି, ଜୀରା, ଶୁଖାଲଙ୍କା, ଟମାଟୋ, ସୋରିଷ, କସ୍ତୁରୀମେଥି, ହଳଦୀଗୁଣ୍ଡ, କାଶ୍ମୀରିଲଙ୍କା ଗୁଣ୍ଡ, ମିଟ ମସଲା, ଲୁଣ, ସୋରିଷ ତେଲ ।

ପ୍ରସ୍ତୁତି ପ୍ରଣାଳି:  ପ୍ରଥମେ ଛତୁକୁ ଭଲସେ ଧୋଇକି ତାକୁ ଚାରିଫାଳ କରି କାଟିକି ଏକ ପାତ୍ରରେ ରଖନ୍ତୁ । ତାପରେ ଦୁଇଟି ପିଆଜକୁ ପତଳା ପତଳା ସାଇଜର କାଟି ରଖନ୍ତୁ । ୬ରୁ୭ ପାଖୁଡ଼ା ରସୁଣକୁ ଚୋପା ଛଡ଼େଇକି ରଖନ୍ତୁ । ଗୋଟେ ଇଞ୍ଚ ଅଦାକୁ କାଟିକି ରଖନ୍ତୁ । ସେହିପରି ଗୋଟେ ଟମାଟୋକୁ ମଧ୍ୟ ଛୋଟ ଛୋଟ ସାଇଜର କାଟି ରଖନ୍ତୁ । ତାପରେ ଗ୍ରାଇଣ୍ଡର ମାଧ୍ୟମରେ କାଟିକି ରଖିଥବା ପିଆଜରୁ ଅଳ୍ପଟିକେ ରଖି ଆଉସବୁ ପିଆଜ, ରସୁଣ,ଅଦା, ଶୁଖିଲା ଲଙ୍କା, ଡାଲଚିନି, ଗୁଜୁରାତି, ଜୀରାକୁ ପକେଇ ଆଉ ମଧ୍ୟ ଅଳ୍ପଟିକେ ପାଣି ଦେଇ ଗ୍ରାଇଣ୍ଡିଂ କରି ଦିଅନ୍ତୁ । ଭଲସେ ଗ୍ରାଇଡ଼ିଂ ହୋଇଗଲାପରେ ତାହାକୁ ଏକ ପାତ୍ରକୁ କାଢ଼ି ରଖନ୍ତୁ । ଦ୍ୱିତୀୟ ପର୍ଯ୍ୟାୟରେ ଗ୍ୟାସ ଅନ କରି ଏକ ପ୍ୟାନ ବସାନ୍ତୁ । ପ୍ୟାନ ଗରମ ହେବା ପରେ ସୋରିଶ ତେଲ ପକାନ୍ତୁ । ତେଲ ଟିକେ ଗରମ ହେବା ପରେ ସେଥିରେ କାଟିକି ରଖିଥିବା ଛତୁକୁ ପକାନ୍ତୁ । ଛତୁ ଅଳ୍ପ ଟିକେ ସିଝିଗଲା ପରେ ଗ୍ୟାସ ଅଫ କରି ଏକ ପାତ୍ରକୁ କାଢ଼ି ଦିଅନ୍ତୁ । ତାପରେ ଗ୍ୟାସ ଅଫ କରି ପୁଣିଥରେ ପ୍ୟାନ ବସାନ୍ତୁ । ପ୍ୟାନ ଗରମ ହେବା ପରେ ଜୀରା ଓ ସୋରିଷ ପକାନ୍ତୁ । ସୋରିଷ ଓ ଜୀରା ଫୁଟିଗଲାପରେ ସେଥିରେ କାଟିକି ରଖିଥିବା ପିଆଜକୁ ପକାନ୍ତୁ । ପିଆଜ ଟିକେ ହାଲକା ବାଦାମୀ ରଙ୍ଗ ହୋଇଗଲାପରେ ଗ୍ରାଇଣ୍ଡିଂ କରିକି ରଖିଥିବା ମସଲାକୁ ପକାନ୍ତୁ । ତାପରେ ଭଲସେ ମସଲାକୁ ଭାଜନ୍ତୁ । ସେଥିରେ ଟମାଟୋକୁ ପକାନ୍ତୁ । ଟମାଟୋ ସିଝିବା ପାଇଁ ସେଥିରେ ଅଳ୍ପ ଟିକେ ଲୁଣ ମଧ୍ୟ ପକାନ୍ତୁ । ସେଥିରେ ଆବଶ୍ୟକ ଅନୁସାରେ ହଳଦୀଗୁଣ୍ଡ, କାଶ୍ମୀରି ଲଙ୍କା ଗୁଣ୍ଡ ଏବଂ ଭେଜ ମିଟ ମସଲା ପକାନ୍ତୁ । ଏସବୁ ପକାଇବା ପରେ ଭଲସେ ଘାଣ୍ଟନ୍ତୁ । ଟମାଟୋ ସିଝିଗଲାପରେ ସେଥିରେ ଟିକେ କସ୍ତୁରୀ ମେଥି ପକେଇ ଆଉ ଦୁଇ ମିନି଼ିଟ ଭାଜନ୍ତୁ । ମସଲାରୁ ତେଲ ଅଲଗା ହୋଇଗଲେ ଏବଂ କଞ୍ଚା ବାସ୍ନା ଜିବା ପରେ ସେଥିରେ ଭାଜିକି ରଖିଥିବା ଛତୁକୁ ପକାନ୍ତୁ । ଏବଂ ସେଥିରେ ସ୍ୱାଦ ଅନୁସାରେ ଳୁଣ ପକାନ୍ତୁ । ତାପରେ ପାଣି ଦିଅନ୍ତୁ ମନେ ରଖନ୍ତୁ ଛତୁରୁ ଯେହେତୁ ପାଣି ବାହାରିଥାଏ ଦେଖକି ପାଣି ଦିଅନ୍ତୁ । ଏବଂ ତାପରେ ଏକ ଢ଼ାଙ୍କୁଣୀ ମାଧ୍ୟମରେ ଘୋଡ଼େଇ ଦିଅନ୍ତୁ । ଛତୁ ସିଝିଗଲାପରେ ଏବଂ ଟିକେ ଫୁଟିଗଲାପରେ ଏକ ପାତ୍ରକୁ କାଢ଼ି ତା ଉପରେ ଟିକେ ଧନିଆପତ୍ରକୁ କାଟିକି ପକେଇବା ପରେ ଗ୍ୟାସ ଅଫ କରିଦିଅନ୍ତୁ।