ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ ପାଇଁ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ, ୧୫/୬: ଆଜି ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ ପାଇଁ ବିରାଟଙ୍କ ନେତୃତ୍ବରେ ୧୫ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି । ୧୫ ଜଣିଆ ଦଳ ଘୋଷଣା କରିଛି ବିସିସିଆଇ । ତେବେ ଦଳର ଅଧିନାୟକ ରହିଛନ୍ତି ବିରାଟ କୋହଲି ଓ ଉପ ଅଧିନାୟକ ରହିଛନ୍ତି ଆଜିଙ୍କ୍ୟ ରାହାଣେ ।ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଜୁନ ୧୮ ତାରିଖରେ ଏହି ମ୍ୟାଚ ଆରମ୍ଭ ହେବ । ଟିମ୍‌ ଇଣ୍ଡିଆରେ ରହିିଛନ୍ତି ରୋହିତ ଶର୍ମା, ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି , ଆଜିଙ୍କ୍ୟ ରାହାଣେ , ହନୁମା ବିହାରୀ, ରିଷବ ପନ୍ତ, ରିଦ୍ଧିମାନ ଶାହା, ରବିଚନ୍ଦ୍ରନ ଅଶ୍ୱିନୀ, ରବିନ୍ଦ୍ର ଜାଡେଜା, ଯଶପ୍ରିତ ବୁମରାହ, ଇଶାନ୍ତ ଶର୍ମା, ମହମ୍ମଦ ସାମ, ଉମେଶ ଯାଦବ, ମହମ୍ମଦ ସିରାଜ।