ଦେଶରେ କରୋନା ଟିକାର ଦୁଇଟି ଡୋଜ ନେବା ପରେ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ, ୧୫/୬: ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ତେଣୁ ସବୁ ପରିସ୍ଥିତିକୁ ଦୃଷ୍ଟି ରେ ରଖି ଟିକାକରଣ ପ୍ରକ୍ରିୟାକୁ ଜୋରଦାର ଜାରି ରଖାଯାଇଛି। କିନ୍ତୁ ଏହାରି ମଧ୍ୟରେ ଏକ ଦୁଃଖଦ ଖବର ସାମ୍ନା କୁ ଆସିଛି। ଦେଶରେ ପ୍ରଥମ କରି କରୋନା ଟିକାର ଦୁଇଟି ଡୋଜ ନେବା ପରେ ଜଣଙ୍କର ମୃତ୍ୟୁ ଘଟିଛି। ୩୧ଟି କେସ୍ ଅନୁଧ୍ୟାନ ପରେ କେନ୍ଦ୍ର ସରକାର ଟିକା ପାର୍ଶ୍ୱ ପ୍ରତିକ୍ରିୟା ଜନିତ ପ୍ରଥମ ମୃତ୍ୟୁ ନେଇ ସ୍ପଷ୍ଟ କରିଛନ୍ତି ।